Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ମଣିଷ ପରି ଜୀଇବାକୁ ଶପଥ ନେବା

ମଣିଷ ପରି ଜୀଇବାକୁ ଶପଥ ନେବା

1 min
232



ବନ୍ଦେ ମାତରମ୍, କ୍ରାନ୍ତିର ଯୁବକ ହେ ଖୁଦିରାମ

ବିପ୍ଳବ ବାହକ ଥିଲ ,

ହେ ଦେଶଭକ୍ତ, ଧନ୍ୟ ତୁମ ବଳିଦାନ, ହସି ହସି 

ଫାଶୀ ଖୁଣ୍ଟେ ଚଢିଥିଲ |୧|


ସୁଜଳାମ୍ ସୁଫଳାଂ ମଳୟଜ ଶୀତଳାମ୍, ବ୍ରିଟିଶ 

ବିରୁଦ୍ଧେ ଲଢି ଥିଲ

ବିଚାରରେ ଶୁଦ୍ଧତା, ସ୍ୱାଧୀନତା ହକ ମଣିଷର, ତା

ହୃଦୟେ ଧରି ଥିଲ |୨|


ଶସ୍ୟ ଶ୍ୟାମଳାମ୍ ମାତରମ୍, ବନ୍ଦେ ମାତରମ ଗାନ,

ନଥିଲା ମନରେ ଭୟ ମୃତ୍ୟୁର

ସଂଗ୍ରାମ ସଂଘର୍ଷେ ସ୍ୱାଧୀନତା ପାଆନ୍ତି, ତୁମ ଆଦର୍ଶ,

ଟେକି ନଥିଲ କୁଞ୍ଚକୁ ଶାସକର |୩|


ଶୁଭ୍ର ଜୋତ୍ସ୍ନା ପୁଲକିତ ଯାମିନୀମ୍, ବନ୍ଦେ ମାତରମ, 

ତୁମ ପ୍ରାଣବଳୀ କ୍ରାନ୍ତିକୁ ଆଗେଇ ନେବ

ଧନୀ ମୁଷ୍ଟିମେୟ ପାଇଁ ବାହାସ୍ଫୁଟିଆଙ୍କ ଅରାଜକର

ଶାସନ ନିଶ୍ଚୟ ଲୋପ ହେବ |୪|


ଫୁଲ କୁସୁମିତ ଦୃମଦଳ ଶୋଭିନୀମ୍ ସୁହାସିନୀମ୍, 

ବନ୍ଦେ ମାତରମ, ମୁକ୍ତିର ପଥ

ଧନ୍ୟ ମୋ ଭାରତ, ଧନ୍ୟ ତମ ଲଢେଇ, ଅବକ୍ଷୟ

ହେବନାହିଁ, ଦେଇଥିବା ଆତ୍ମଶକ୍ତିପଥ |୫|


ସୁମଧୁର ଭାଷିଣୀମ୍ ସୁଖଦାଂ ବରଦାଂ ମାତରମ୍,

ବ୍ରିଟିଶ ବିରୁଦ୍ଧେ ଆହ୍ୱାନ ତୁମର ଥିଲା ,

ମାଳ ମାଳ ଏବେ ସ୍ୱଦେଶୀ ଶୋଷକ ଗଣତନ୍ତ୍ରକୁ

କରନ୍ତି ଓ କରିବେ ବିବର୍ଣ୍ଣ ପୋଲା |୬|


ବନ୍ଦେ ମାତରମ ଗାନକୁ ଧରି ଦେଶ ଦ୍ରୋହୀ ଏବେ

ଦେଶର ମାଲିକ ହୋଇଛନ୍ତି

ଗଣତନ୍ତ୍ର ରାଷ୍ଟ୍ରେ ଗଣ ଅତ୍ୟାଚାର ହୁଏ ହୃଦୟରେ 

ଚାପି ରଖି ଦେଶପ୍ରମୀ ମରୁଛନ୍ତି |୭|


ଯେତେକ ଅଛରେ ଶ୍ରମିକ କୃଷକ ଯୁବକ ଓ କିଶୋର 

ଖୁଦିରାମ ଗାଥା ଗାଇବା,

ମାଗିଖିଆ ଓ ଗୋଡାଣିଆ ମଣିଷ ନୁହେଁରେ, ମଣିଷ 

ପରି ଜୀଇବାକୁ ଶପଥ ନେବା |୮|



Rate this content
Log in

Similar oriya poem from Inspirational