ମଣିଷ ଜନମ
ମଣିଷ ଜନମ
ମଣିଷ ଜନମ ପାଇଲେ କଣ
ମଣିଷ ଟେ ହୋଇ ଯିବ
ଦୟା, ଧର୍ମ, ସତ୍ୟ ମନରେ ରଖିଲେ
ମଣିଷ ଟେ ଗଣା ହେବ ।
ଅସତ୍ୟ ଅଧର୍ମ ସାଥି କରିଥିଲେ
ଘୃଣା ର ପାତ୍ର ହିଁ ହେବ
ମରିଗଲା ପରେ ମଣିଷ ସମାଜ
ଅମଣିଷ ଆକ୍ଷା ଦେବ ।
ମଣିଷ ସମାଜ ଦେଖେ ତ ସଦା
ମଣିଷ ଭିତରେ ଭାବ
ମଣିଷ ଅମଣିଷ ଜଣା ପଡ଼ିଥାଏ
ଦେଖିଲେ ତା ସ୍ଵଭାବ ।
