Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4  

Pranati Jena

Inspirational Others

ମଣିମା ହେ

ମଣିମା ହେ

1 min
416



ନମସ୍ତେ ପ୍ରଭୁ ନାରାୟଣ

ସକଳ ଘଟେ ବିଦ୍ୟମାନ ।


ନମସ୍ତେ ପ୍ରଭୁ ଜୟରାମ

ଅମୃତ ମୟ ସେ ଉତ୍ତମ ।


ନମସ୍ତେ ପ୍ରଭୁ ରାଧେକୃଷ୍ଣ

ହୃଦୟେ ସେ ମନ ମୋହନ ।


ନମସ୍ତେ ପ୍ରଭୁ ଦାମୋଦର

ଜୀବ, ଜୀବତ୍ମା ପରାତ୍ପର ।


ନମସ୍ତେ ପ୍ରଭୁ ହେ, କେଶବ

ପ୍ରେମାମୃତ ସେ, ଅନୁଭବ ।


ନମସ୍ତେ ପ୍ରଭୁ ହେ, ଅନନ୍ତ

ଆତ୍ମା ସ୍ୱରୂପେ ବିରାଜିତ ।


ନମସ୍ତେ ପ୍ରଭୁ ହରିହର

ଅନନ୍ତ କୋଟି ନମସ୍କାର ।


ନମସ୍ତେ ପ୍ରଭୁ ଚକ୍ରଧର

ହୃଦୟେ ମୋ'ର ଗଳାହାର ।


ନମସ୍ତେ ପ୍ରଭୁ ହେ ଗୋପାଳ

ନିସ୍ଵ ଜୀବନେ ମୋର ବଳ ।


ନମସ୍ତେ ପ୍ରଭୁ ହେ, ଗୋବିନ୍ଦ

 ମାଧବ ବୃନ୍ଦାବନ ଚନ୍ଦ୍ର ।


ନମସ୍ତେ ପ୍ରଭୁ ଗୋପୀନାଥ

ନନ୍ଦସୁତ ହେ, ଦୟାବନ୍ତ ।


ନମସ୍ତେ ପ୍ରଭୁ ହେ ମୁକୁନ୍ଦ

ମୁରାରୀ, ହରି,ବାସୁଦେବ ।


ହେ, ନାଥ କରୁଣା ବାରିଧି

ନାଵ ହେ, ସଂସାର ଜଳଧି ।


କୃପାଳୁ ହେ ମଧୁସୂଦନ

ଅନ୍ତିମେ ଶ୍ରୀପଦକୁ ମନ ।


ଜନାର୍ଦ୍ଦନ ହେ,ବଳିଧ୍ବଂସି

 ସର୍ବ ଇଶ୍ୱର ଭାବରାଶି ।


ଦଇତାରୀ ହେ,ମୁକ୍ତିଦାତା

ବିଶ୍ୱାସେ ହରେ ସବୁ ବ୍ୟଥା ।


ଯଦୁକୁଳ ହେ,ଶ୍ରେଷ୍ଠମଣି

ହୃଦୟେ ମୋ'ମଉଡମଣୀ ।


ଚିତ୍ତରେ ଅଦିତି କୁମାର

ବନମାଳୀ ଶ୍ରୀହେ,ଶ୍ରୀଧର ।


ହେ,ଅଖିଳ ସଂସାରନାଥ

ପୁରୁଷୋତ୍ତମ ବନ୍ଧୁ, ଭ୍ରାତ ।


ନରହରି ହେ, ନରସିଂହ

ହରିବ ସଂସାର'ର ମୋହ ।


ବୈକୁଣ୍ଠେ ହେ, ପରମାନନ୍ଦ

ଚକ୍ରପାଣି ହୃଦେ ଆନନ୍ଦ ।


ଗଦାଧର ହେ,ପୀତବାସ

ରୁକ୍ମଣୀ ରମଣ ହେ, ବିଶ୍ୱ ।


ଗରୁଡ଼ ପ୍ରିୟ ଗୋବର୍ଦ୍ଧନ

ହରିବ ଆତ୍ମାର କଷଣ ।


ବୃନ୍ଦାବନ ଚନ୍ଦ୍ର ଶ୍ରୀନିଧି

ଶ୍ରୀକାନ୍ତ ନାମେ ହରେ ଭୀତି ।


ଶ୍ରୀନିବାସ ହେ,ଯଂଜ୍ଞଶ୍ୱର

କରୁଣାମୟ ରକ୍ଷାକର ।


ଯାମଳା ଭଞ୍ଜନ ରାମ 

ଦଶରଥ କୁମର ନାମ ।


ରଘୁନାଥ ହେ ରଘୁବୀର

କୌଶଲ୍ୟା ନନ୍ଦନ ଉଦ୍ଧାର ।


କେଶୀହନ୍ତା ହେ,ଷଣ୍ଢାଶତ୍ରୁ

ଅଘାସୁର, ଅସୁର ନିପାତୁ ।


କ୍ଷିରସିନ୍ଧୁଶାୟୀ ହେ, ପ୍ରଭୁ

ଅନନ୍ତ ରୂପେ ହେ, ବିରାଜୁ ।


ବିଶ୍ୱନାଥ ହେ, ବିଶ୍ୱବାସ

ଗଜାର୍ତ୍ତ ନାଶନ ଅଶେଷ ।


କଶ୍ୟପ ଶିଷ୍ୟହେ, ଶ୍ରୀଦେବ

ଚରଣେ ଦୀନହୀନ ତଵ ।


ଧ୍ୟାୟୀ ହେ,ବ୍ରହ୍ମ ଏକାକ୍ଷର

ଶରଣ ଗଲି ଶ୍ରୀ ପୟର ।


"ରାମ ନାରାୟଣ ରାଘବ

କୃଷ୍ଣ ନାରାୟଣ କେଶବ ।


ଜପିଲେ ସଂସାରୁ ତରିବ

ସର୍ବ କ୍ଳେଶ ନାଶ ହୋଇବ ।


ଶୂନ୍ୟମନ୍ତ୍ର ହେ, ଯନ୍ତ୍ରଶୂନ୍ୟ

ଶୂନ୍ୟ ଭିତରେ ବ୍ରହ୍ମପୂର୍ଣ୍ଣ ।


ସବୁତ ତୁମର କଳ୍ପନା

ଏକଧ୍ୟାନ ହେ, ପ୍ରଭୁ ସିନା ।


ଯାହା ପ୍ରଭୁ ଇଚ୍ଛା ତୁମର

ଅଧମ ଅଟେ ହେ, କିଙ୍କର ।


ସତ୍ୟ ଭାବ କଷ୍ଟ ଲଭିବ

ଅସତ୍ୟ ପୃଥିବୀ ଖେଳିବ ।


ଧ୍ୟାନ ହେ,ଶ୍ରୀ ପଦ୍ମ ଚରଣେ

ଅଜ୍ଞାନ ଛାର ଅକିଞ୍ଚନେ ।


Rate this content
Log in

Similar oriya poem from Inspirational