STORYMIRROR

Mamatamanjari Das

Romance

2  

Mamatamanjari Das

Romance

ମନକରେ....

ମନକରେ....

1 min
206

ବେଳେ ବେଳେ ମନ କରେ

ତୁମ ଭଳି ହୋଇ ଯାଆନ୍ତି

ବଞ୍ଚନ୍ତି ବେପରୁଆ ଭାବରେ

ଆଉ ନିଜକୁ ହଜାଇ ଦିଅନ୍ତି ତୁମ ସହ

ତୁମର ସେ ଅନନ୍ତ ସତ୍ତାରେ

ତୁମକୁ ମୁଁ ଭଲପାଏ ବୋଲି

କେବେ ମନ କରେନା

ଖୋଲି କହିବାକୁ

ତୁମକୁ କେବେ ଝୁରିବାକୁ ମନ କରେନା

ବରଂ ମନ କରେ

ତୁମ ଭିତରେ ନିଜକୁ ହଜାଇ ଦେବାକୁ

ବେଳେ ବେଳେ ମନ ମୋର

ବେକାବୁ ହୋଇଯାଏ

ହେଲେ କେବେ ମନ କରେନି

ତୁମକୁ ଚିନ୍ତା ଗ୍ରସ୍ତ କରିବାକୁ

ସବୁବେଳେ ମନ ଚାହେଁ

ତୁମେ ଚିନ୍ତା ମୁକ୍ତ ହୋଇ ଉଡନ୍ତକି

ମୋ ସହ ଡେଣା ଝାଡି ଝାଡି

ନୀଳ ଆକାଶ ବକ୍ଷକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance