STORYMIRROR

Prakash Majhi

Romance Others

3  

Prakash Majhi

Romance Others

ମନେପଡ଼ ତୁମେ(୧)

ମନେପଡ଼ ତୁମେ(୧)

1 min
231


ଭାବ ସମୁଦ୍ରରେ କେତେ ବୁଡ଼ ଦେଇ

ଗଲଣି କେବେଠୁ ଉଠି,

ଏବେବି ପଡୁଛି ମନେ ତୁମ କଥା 

କାହାକୁ ଲେଖିବି ଚିଠି।


ସରୁନାହିଁ ଦିନ ସରୁନାହିଁ ରାତି

ହୃଦୟେ ଅନେକ ଦାବି,

ଏକାଏକା ବସି ନିରବ ରହୁଛି

ତୁମ କଥା ଭାବି ଭାବି।


ଭସା ମେଘ ପରି ଭାସିଯିବି ପଛେ

ସାଙ୍ଗବିନି ତୁମ ଆଶା,

ଭୁଲି ତ ପାରୁନି ଲେଖି ତ ପାରୁନି

ଆହୁରି ଅନେକ ଭାଷା।


ସରି ସରି ଆସେ ଦିନ ଯେ ମୋହର

ଆଖିରେ ଅନେକ ଲୁହ,

ଅଧାଲେଖା ଆଜି ସ୍ମୃତିର ଡାଏରୀ

କିଏ ସେ ଲେଖିବ କୁହ?

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance