STORYMIRROR

Durjyodhan Barik

Inspirational

4  

Durjyodhan Barik

Inspirational

ମନେ ରଖି ଥିବ

ମନେ ରଖି ଥିବ

1 min
430


ମହାକାଳ ଫଳ ଉପରେ ସୁନ୍ଦର

ଭିତରେ ପୋଡ଼ା ଅଙ୍ଗାର ,

ରୂପ ଥାଇ ଯଦି  ଗୁଣ ହୀନ ହୁଏ 

ସେ ରୂପ ଅଟେ ବେକାର ।

ଆଖୁ ସିନା ଅଟେ ଅତୀବ ମଧୂର

ଫଳ ଧରେ ନାହିଁ ତା'ର,

ଚନ୍ଦନ ଅଟଇ ଅତି ସୁବାସିତ

ଫୁଲ ଫୁଟେ ନାହିଁ ତା'ର ।

ପଳାଶ ଫୁଲଟି ଦିଶେ ମନୋହର

ଅଟେ ସୁବାସ ବିହୀନ,

ସେ ରୂପରେ କିବା ଅଛି ଯେ ମହତ୍ତ୍ଵ

ହୋଇଥିଲେ ଗୁଣ ହୀନ।

ବ୍ୟର୍ଥ ସେହି ଧନ ହୁଏ ଲୋକ ଙ୍କର

 ଯଦି ନକରନ୍ତି ଦାନ,

ବ୍ୟର୍ଥ ସେ ଜୀବନ ଯଦି ରହେ ନାହିଁ

ପର ଉପକାରେ ମନ ।

ବିଦ୍ଯା ସବୁ ତୁମ ହୋଇବ ବେକାର

ଯଦି ବିନମ୍ରତା ନାହିଁ,

ଏହି ସବୁ କଥା ମନେ ରଖିଥିବ

ଯେତେ କାଳ ଥିବ ଜୀଇଁ ।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational