STORYMIRROR

Neelima Nivedita Behera

Inspirational

3  

Neelima Nivedita Behera

Inspirational

ମନେ ନାହିଁ

ମନେ ନାହିଁ

1 min
13.6K


ମନେ ନାହିଁ ନିଜର ସେ କୁଆଁ କୁଆଁ ରାବ

ମନେ ନାହିଁ ବି ବୋଉକୁ ଦେଇଥିବା ଅସହ୍ୟ ଯନ୍ତ୍ରଣା ହିସାବ

ମନେଅଛି ଖାଲି ବାପା ଦେଖିଥିବା ସ୍ଵପ୍ନ ଗୋଟିଏ

ଶିଳାରେ ବାରମ୍ବାର କଚାଡ଼ିଲା ପରେ ବି

ହାଃ ହାଃ ହାଃ ହସ ଭିତରେ ମରୁ ନଥିବା ଦୃଢ ଏକ ପ୍ରତିବାଦ ।

ପ୍ରତିବାଦ ଧାଡ଼ିରେ

ଅପଦାର୍ଥ, ଅଯୋଗ୍ୟ, ଅଳସୁଆ, ବେପରୁଆ ଠିଆ

କୁନ୍ତୀ ଜାଣେ ଭୀମ ବଳ

ହେଲେ ମୁଁ ଜାଣେ କେବଳ ମୋ ଅପାରଗ ପଣିଆ

ନ ହାରିବାର ଅପାରଗ ପଣିଆକୁ

ଚଳା ଚଳା କରି ନିଇତି ପିଇଲାବେଳେ

କୁଳାଇ ପାରେନା ସାହସ

ଜୀବନ ଦୌଡ଼ରୁ ବିଶ୍ରାମ ନେବାକୁ

ନ ଜିତିବାର ଅସାମର୍ଥ୍ୟତାକୁ

ଚଳାରେ ଧରି ସଂକଲ୍ପ କଲାବେଳେ

ସମର୍ପି ପାରେନା ନିଜକୁ

"ମୁଁ "ରୁ ଥରୁଟିଏ ବିରତି ନେବାକୁ

ତଥାପି ହସେ ଠୋ ଠୋ

ବେଧଡ଼କ୍ ଫୁଲଟିଏ ଫୁଟି ଗଲା ପରି

କେଜାଣି କେତେବେଳେ ଆଉ କେମିତି ତିଆରିବି

ନିଜ ପାଇଁ ପରିଚୟଟିଏ

ହେବି ଜୀବନ ନାଆର ନିମଗ୍ନା ନାଉରୀ !  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational