STORYMIRROR

Kalandi pal

Inspirational

3  

Kalandi pal

Inspirational

ମନ୍ଦିର ଖୋଲିଲା ସାହାଣ ଖୋଲିଲା

ମନ୍ଦିର ଖୋଲିଲା ସାହାଣ ଖୋଲିଲା

1 min
207


ପାଣି ପିଉଥିଲି ପ୍ରଭୁ ମିଠା ତ ନ ଥିଲା.

ନିଶ୍ୱାସ ମୁଁ ନେଉଥିଲି ସୁଗନ୍ଧ ନ ଥିଲ.

ଅନ୍ନ ମୁଁ ଖାଉଥିଲି ସ୍ୱାଦ ତ ନ ଥିଲା

ସେଜରେ ମୁଁ ଶୋଉଥିଲି ନିଦ ତ ନ ଥିଲା.

ପ୍ରଭୁ ହେ..........

ସତେ କି.........

ଏ ଜୀବନ ନିସ୍ବ ହୋଇଗଲା (1)


ଦେଉଳ ଖୋଲିଲା ପ୍ରଭୁ ସାହାଣ ଖୋଲିଲା.

ସର୍ବସାଧାରଣ ପାଇଁ ଦର୍ଶନ ମିଳିଲା

ଘିଅ ଦୀପ ଜଳିଲା ଘଣ୍ଟ ଘଣ୍ଟା ବାଜିଲା

ଅବଢ଼ା ମିଳିଲା ପ୍ରଭୁ ମଣୋହି ହୋଇଲା.

ପ୍ରଭୁ ହେ.....

ସତେ କି.....

ମରୁଭୂମି ଶ୍ୟାମଳା ହୋଇଲା. (2)


ଶ୍ରୀ କ୍ଷେତ୍ର ଆସିଲେ ଭକ୍ତ ଡୋରି ତୋ ଲାଗିଲା

ଭକତ ଦର୍ଶନ ପାଇଁ ଧାଡି ଯେ ଲାଗିଲା

ବଡଦେଉଳେ ଗହଳି ଚହଳି ଶୁଭିଲା

ଅବଢ଼ା ଅନ୍ନ ଖାଇବା ସୁଯୋଗ ମିଳିଲା

ପ୍ରଭୁ ହେ......

ସତେ କି....

ଏ ଜୀବନ ଧନ୍ୟ ହୋଇଗଲା. (3)


ଭକତ ହୃଦୟ ଆଜି ଭକତିରେ ଭରା

ଉଜାଡି ଦେବେ ପାଦରେ ଭକ୍ତିର ପସରା

ସୁଖ ତୁହି ଦୁଃଖ ତୁହି ନୟନର ତାରା

ଦର୍ଶନେ ଭକତେ ଆଜି ହୋଇବେ ବିଭୋରା

ପ୍ରଭୁ ହେ.......

ସତେକି......

କାଳିଆର ଯାଦୁ ଲାଗିଗଲା (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational