ମନ୍ଦାର ଫୁଲ
ମନ୍ଦାର ଫୁଲ
ମନ୍ଦାର ଫୁଲର ପାଞ୍ଚୋଟି ପାଖୁଡା
ଡେମ୍ଫ ତାକୁ ବାନ୍ଧିଥାଏ.
ତାରିଣୀ ମାଆର ଭକତି ଡୋରିରେ
ମନ ମୋର ବନ୍ଧା ଥାଏ.
ମାଆ ଲୋ..........
ଦେହ ମୋର ବନ୍ଧା ଥାଏ
କର୍ମ ମୋର ବନ୍ଧା ଥାଏ.
ନାଲିଆ ମନ୍ଦାର ନାଲିଆ ଶାଢୀକୁ
ନାଲିଆ ମୁହଁଟି ତୋର,
ନଳୀରଙ୍ଗ ସିନା ବିପଦର ଚି଼ହ୍ନ
ଆବୋରି ନେଉ ନିଜର.
ମାଆ ଲୋ........
ଭକତ ପାପ ତ ଯାଏ
ମନରେ ଦ୍ଵିଧା ନ ଥାଏ.
ଶରୀରରେ ଘଟ ଅମୂଲ୍ୟ ସମ୍ପଦ
ରାଇଜରେ ଘଟ ଗାଁଆ
ହେଲେ ଯେତେଦୂର ଘଟ ଗାଁ ମୋ ଠାରୁ,
ନିକଟ ମୋ ପାଇଁ ମାଆ.
ମାଆ ଲୋ..........
ଘଟ ଗ୍ରାମେ ଜନ୍ମ ନିଏ
ଚରଣ ପାଦୁକା ପାଏ.
ଶରୀର ତିଆରି ପଞ୍ଚ ଭୂତେ ମାଆ
ତୋର ହାତେ ଗଢ଼ା ଥାଏ
ଘଟ ଚାଲିଗଲେ ଏ ମାଟି ଶରୀର
ପଞ୍ଚ ଭୂତେ ଲୀନ ହୁଏ.
ମାଆ ଲୋ............
ଜୀବ ଯେତେବେଳେ ଯାଏ
ଚରଣେ ଶରଣ ହୁଏ.
ଜଗତର ଜନ ମାଆର ସନ୍ତାନ
ମାଆର ଶରଧା ଥାଏ
ସନ୍ତାନର ପାପ ମୁଣ୍ଡେ ବୋହି ମାଆ
ପୂଣ୍ୟ ପଥେ ଯିଏ ନିଏ
ମାଆ ଲୋ.........
ମନରେ ଭେଦ ନ ଥାଏ
ପାପ ସବୁ ଧୋଇ ନିଏ.
