STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ମନ୍ଦ ମତି ଥିବା ମଣିଷ

ମନ୍ଦ ମତି ଥିବା ମଣିଷ

1 min
274


ମନ୍ଦ ମତି ଥିବା ମଣିଷ, ପରର 

ନିନ୍ଦା କରେ

ଅଯଥାରେ ମୂଲ୍ୟବାନ ସମୟ 

କଟାଏ ପର ଚର୍ଚ୍ଚାରେ  


ଲୋଭୀ, ହିଂସୁକ, କପଟୀ ଓ କୁଟିଳ 

ମତିର ଜନ

ମନେ ରଖ, ଅଟେ ସେହି ଅବିଶ୍ୱାସୀ,

ଅକୃତଜ୍ଞ ଓ ନୀତିହୀନ   

  

ଅସୂୟା ଇର୍ଷାରେ ଘୃଣା ଭାବ ଭରି ହୋଇ 

ଥାଏ ଯାହାର ମନରେ

କଟେ ତାର ଜୀବନ, ବିଷମୟ ଓ ଘୋର

ଅଶାନ୍ତି ମଧ୍ୟରେ


ମତାନ୍ଧ ମୋହାନ୍ଧ ପୁରୁଷ ଯେତେକ ଆଖି

ଥାଇ ଅଟେ ଅନ୍ଧ

ଅବିବେକୀ ଜାଣି ଶୁଣି ହୁଏ ବଡ ଅବିବେକୀ,

ମାନେନି କୌଣସି ବନ୍ଧ


କଥା ଅଛି, ଅନ୍ଧ ରାଇଜରେ ସର୍ବଦା ହୁଏ 

ଅନ୍ଧାରୀ ଶାସନ

ଭଲ କଅଣ ଅବା ମନ୍ଦ କଅଣ, ନବୁଝନ୍ତି 

ସେଠାର ମନୁଷ୍ୟଗଣ


ସ୍ୱାର୍ଥପରତାରେ ବୁଡି ରହିଲେ ଅସତ୍ ଧନ 

ପାଇଁ ମଣିଷର ମନ, 

ଗୁଣ, ଜ୍ଞାନ, ମାନ ଓ ଶିଷ୍ଟାଚାର ଗୁଣ

ସବୁକୁ କରଇ ବିସର୍ଜନ 


ହେଜ, ମଣିଷ ବୁଦ୍ଧିରେ ଚାଲିବାକୁ ଶକ୍ତି ରହି

ଅଛି ଖଞ୍ଜା ହୋଇ

ସତ୍ୟର ସନ୍ଧାନୀ ଚାଲେ ଶକ୍ତି, ସାହସ, ଆତ୍ମ 

ସ୍ୱାଭିମାନକୁ ନେଇ


ସୁଖ, ଶାନ୍ତି, ପ୍ରୀତି ଭରେ ମଣିଷ ମନରେ ରହିଲେ 

ଆନ୍ତରିକ ବିଶ୍ୱାସ 

ହେଉ ଯେତେ କଷ୍ଟ, ପ୍ରଗତିର ପଥୁ କେବେ ହୁଡ଼େନି 

ଥିଲେ ଅତୁଟ ସାହସ

*************************************

*🙏🏻🙏🏻*

*************************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational