Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Inspirational

4.5  

Kananbala Das

Inspirational

ମନ

ମନ

1 min
493


ଶୁଣରେ ପିଲାଏ ଶୁଣ

      ଦେଇ ମନ ଧ୍ୟାନ,

କଥାଟି ଛୋଟିଆ ଅଟେ

      କିନ୍ତୁ ମୂଲ୍ୟବାନ ।


ପିତା ମାତା ଗୁରୁଜନ

      କଥା ସବୁ ମାନ,

ଉତ୍ତମ ମଣିଷ ରୂପେ

      ଗଣା ହେବ ଜାଣ ।


କ୍ଷିପ୍ର ଯାନ ଅଟେ ମନ

    ଏଣେ ତେଣେ ଧାଏଁ,

କଳ୍ପନାରେ ବୁଲିଆସି

    ଆକାଶ କୁ ଛୁଏଁ ।


ମନ ଏକ ଅମାନିଆ 

    ଉଡ଼ନ୍ତା ଚଢେଇ,

କେତେବେଳେ ଉଡିଯାଏ

    ଡେଣାକୁ ମେଲାଇ ।


ଚଞ୍ଚଳ ମନଟି ଭ୍ରମେ

    ବିଚଳିତ ହୋଇ,

ଭଲ ମନ୍ଦ ବିଚାର ଟି

    ବୁଝି ନପାରଇ ।


ମନକୁ ଲଗାମ ଦେଇ

    ଆୟତ୍ତ କରିବ,

ଶ୍ରୀ ହରି ଚରଣେ ସଦା

      ମନକୁ ରଖିବ ।


ଆଧ୍ୟାତ୍ମିକ ମାର୍ଗେ ଯଦି

      ମନ ନିବେଶିଵ,

ଜୀବନରେ ସୁଖ ଶାନ୍ତି

      ନିଶ୍ଚୟ ମିଳିବ ।


ମନ ଏକ ବ୍ୟୋମ ଯାନ

      ପକ୍ଷୀରାଜ ଘୋଡା,

ସଂସ୍କାର ଶିକୁଳି ପରା

     ମନ ପାଇଁ ଲୋଡ଼ା ।


ସ୍ଥିର ମନେ ବିଦ୍ୟା, ବୁଦ୍ଧି

     କରିବ ଆୟତ୍ତ,

ଦେଶ ପାଇଁ କାମ କରି

     ରଖିବ ଦୃଷ୍ଟାନ୍ତ ।


ବିଦ୍ୟା ଅଟେ ମହାଧନ

    ନିବେଶିଲେ ମନ,

ସବୁଠାରୁ ବଡନିଶା

    ଜ୍ଞାନ ଆହରଣ ।


ଜ୍ଞାନ ଥିଲେ ମିଳେ ପରା

        ଆଦର ସର୍ବତ୍ର,

ବିଦ୍ୟାବଳେ ଜ୍ଞାନ ମିଳେ

       ଜଗତେ ପୂଜିତ ।


ପିଲାମାନେ ତୁମେ ସବୁ

      ଦେଶର ଭବିଷ୍ୟ,

ଭଲ କାମ କଲେ ମିଳେ

      ପ୍ରଶଂସା ଅବଶ୍ୟ ।


Rate this content
Log in

Similar oriya poem from Inspirational