STORYMIRROR

Amit Bal

Inspirational

3  

Amit Bal

Inspirational

ମନ ରଫଖାତା

ମନ ରଫଖାତା

1 min
201

କେତେ କେତେ ସ୍ମୃତିରେ ଭରା

             ମନର ଏ ରଫଖାତା

ସେଠି ଚୋରା ଚଇତାଳି ସାଥେ

      ଅଛି ପୁଣି ଆହତ ଫଗୁଣର ଗାଥା ...


କୋଇଲିର କୁହୁ କୁହୁ ସ୍ୱର

           ମେଘର ଝିପି ଝିପି ଝର

କୋମଳ ଫୁଲର ବାସ

           କଳ କଳ ପ୍ରକୃତିର ହସ ....


ହଜାରେ କାହାଣୀ ଭରିଛି

              ଏଠି ଏ ରାଫଖାତାରେ

ଭାସି ଆସେ ସ୍ୱପ୍ନ ପରି ନିରନ୍ତର

               ମୋ ସ୍ମୃତି ଝରକାରେ ....


ପ୍ରତିଟି ଫର୍ଦ୍ଦ ତା'ର 

      ମୋତେ ନେଇ ଲେଖା

         ସତେକି ଇନ୍ଦ୍ରଧନୁର ସପ୍ତରଙ୍ଗରେ ,

ସେଠି ପ୍ରୀତିର କବିତା ବି

     ଲେଖିଛି ମୁଁ କେବେ କେବେ

       ଖୁସି ଥିଲେ ମନ ଗୋଧୂଳି ବେଳାରେ ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational