STORYMIRROR

Amit Bal

Inspirational

3  

Amit Bal

Inspirational

ମନ ରଫଖାତା

ମନ ରଫଖାତା

1 min
197

କେତେ କେତେ ସ୍ମୃତିରେ ଭରା

             ମନର ଏ ରଫଖାତା

ସେଠି ଚୋରା ଚଇତାଳି ସାଥେ

      ଅଛି ପୁଣି ଆହତ ଫଗୁଣର ଗାଥା ...


କୋଇଲିର କୁହୁ କୁହୁ ସ୍ୱର

           ମେଘର ଝିପି ଝିପି ଝର

କୋମଳ ଫୁଲର ବାସ

           କଳ କଳ ପ୍ରକୃତିର ହସ ....


ହଜାରେ କାହାଣୀ ଭରିଛି

              ଏଠି ଏ ରାଫଖାତାରେ

ଭାସି ଆସେ ସ୍ୱପ୍ନ ପରି ନିରନ୍ତର

               ମୋ ସ୍ମୃତି ଝରକାରେ ....


ପ୍ରତିଟି ଫର୍ଦ୍ଦ ତା'ର 

      ମୋତେ ନେଇ ଲେଖା

         ସତେକି ଇନ୍ଦ୍ରଧନୁର ସପ୍ତରଙ୍ଗରେ ,

ସେଠି ପ୍ରୀତିର କବିତା ବି

     ଲେଖିଛି ମୁଁ କେବେ କେବେ

       ଖୁସି ଥିଲେ ମନ ଗୋଧୂଳି ବେଳାରେ ......



Rate this content
Log in

Similar oriya poem from Inspirational