ମନ ପରା ବୃନ୍ଦାବନ
ମନ ପରା ବୃନ୍ଦାବନ
କଂସର ଅଟ୍ଟହାସ୍ୟ କଥା ସଖୀ ଭାବନା
ଶୁଣିବାକୁ ଚେଷ୍ଟାକର ବଂଶୀର ମୂର୍ଛନା
ନିଃସଙ୍ଗ ବୋଲିରେ ସଖୀ ନିଜକୁ କୁହନା
ନିଜ ସାଥେ ମିତବସି କେବେ ତ ଦେଖନା।
ଶୁଣ କାହିଁ ତୁମେ କୁହ ଦୁର୍ବାସାର ଶାପ
ପ୍ରକୃତିକୁ ଭଲପାଅ ଲାଗିବନି ପାପ।
କାନ ବନ୍ଦ କର କାଉ କୁହେ କର୍କଶ
କୋଇଲିର ମଧୁତାନେ ମନ ତୋ ହରଷ ।
ମନ ପରା ବୃନ୍ଦାବନ ମନରେ ବିହର
ବୃଥା ବିରହରେ ମନ ଶୋଚନା ନକର।
ସବୁବେଳେ ସକାରାତ୍ମକ ଚିନ୍ତା କର