STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ମନ ମୟୁରୀ .........

ମନ ମୟୁରୀ .........

1 min
136

ଚୂତଡାଳେ ପିକ 

କୁହୁରବ ଦେଲେ

ମୋ ମନ ପଲ୍ଲବି ଉଠେ

ଆଷାଢ଼ ଆକାଶେ

ବଉଦ ଭାସିଲେ

ମନ ମୟୁରୀ ମୋ ନାଚିଉଠେ


ଶରତ ଲଗନେ

କାଶତଣ୍ଡୀ ଫୁଲ

ଉତ୍ସବ ରଚଇ ଯେବେ

ନିଦାଘ ମଧ୍ୟାହ୍ନେ

ଦୂର ତୋଟାମାଳେ

କପୋତୀ ବାହୁନେ ଯେବେ

କହିକି ପାରିବ

କାହିଁକି ହେ ବଂଧୁ

ମୋ ଛାତିରେ ଲହରୀ ଉଠେ


ପଶ୍ଚିମ ଗଗନେ

ସୁରୁଜ ନଇଁଲେ

ଛାତିରେ ଛନକା ପଶେ

ଛପି ଛପି ଖାଲି

ଅଂଧାରକୁ ଚାହିଁ

କାହିଁ କେତେ କଥା ଭାବି ବସେ


କହିକି ପାରିବ

କାହିଁକି ହେ ବଂଧୁ

ହୃଦୟ ଗୁମରି ଉଠେ

ଚୂତଡାଳେ ପିକ 

କୁହୁରବ ଦେଲେ

ମୋ ମନ ପଲ୍ଲବି ଉଠେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract