STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ମନ ମୋର ଗୋଟେ କାନ୍ଥ

ମନ ମୋର ଗୋଟେ କାନ୍ଥ

1 min
12.1K

ମୋ ମନ 

ଏକ ଓଦା କାନ୍ଥ 

ପୂଜିବି କେମିତି ତମେ 

କୁହ ଜଗନ୍ନାଥ 

ମୋ ମନ 

କୁହୁଡି ଭରା କାନ୍ଥ 

ଶୁଣିବ କେମିତି ମତେ 

ମୁଁ ତ, ଭକ୍ତିର ସଂଗୀତ 

ମୋ ମନ 

ଏକ ଶିଶିରଶିକ୍ତ କାନ୍ଥ 

ଭିଜିଯିବ କାଳେ ପ୍ରଭୁ 

ଯିବ ମୋ ମାନ ମହତ 

ମୋ ମନ 

ଏକ ତାରାଭରା କାନ୍ଥ 

ଉଲକାଟିଏ ହେବ ଯଦି 

ହେବି ଆକତା ମାକତା ପ୍ରଭୁ 

କରେ ପ୍ରଣିପାତ 

ମୋ ମନ ଋତୁପରି ବଦଳୁଥିବା କାନ୍ଥ 

ଲଗାଇବି କେମିତି ମୁଁ 

ତୁମ ଫୋଟୋ ଅବା ପଟ୍ଟଚିତ୍ର 

କାଳେ ରୁଷି ଯିବ ହେ ସାଆନ୍ତ 

ମୋ ମନ ଅଣଚାଷ ବାଆପୂର୍ଣ୍ଣ 

ସମ୍ପୂର୍ଣ୍ଣ ମାଟି କାନ୍ଥ 

ଭାଙ୍ଗିଗଲେ ଭାଙ୍ଗିଯିବ 

ହେବି ମୁଁ ଆହାତ 

ପ୍ରଭୁ ରକ୍ଷାକର ଜଗନ୍ନାଥ. 

    "ମନ ମୋର ଗୋଟେ କାନ୍ଥ "-ନାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract