STORYMIRROR

Santosh Pattnayak

Inspirational

3  

Santosh Pattnayak

Inspirational

ମନ ମୋ'ଦେଲି ତୁମକୁ

ମନ ମୋ'ଦେଲି ତୁମକୁ

1 min
13.7K


ତୁମକଥା ଭାଳେ ସଞ୍ଜବତୀ ଜାଳେ

ଆଶା ତୁମ କୃପା ବାରିକୁ

ଅମୃତ କରୁଣା ନ କରିବ ଊଣା

ଘୁଞ୍ଚାଅ ଦୁଃଖି ଦୁଃଖକୁ.....

କେଉଁ କୁଞ୍ଜେ ଅଛ ରାସରେ ରସିଛ

ଅବା ଫୁଲ ସୁରଭିରେ

ମନ୍ତ୍ର,ଯନ୍ତ୍ର, ତନ୍ତ୍ର ଜଣା କିବା ମୋତେ

  ସ୍ମରେ ଯାହା ଭକତିରେ....

କି'ଅଛି ବିଶ୍ବାସ ଚାଲୁଥିବ ଶ୍ବାସ

ଭରଷା କି ଜୀବନକୁ

ତୁମରି ଭରଷା କରି ଶେଷ ଆଶା

   ମନ ମୋ' ଦେଲି ତୁମକୁ.....


Rate this content
Log in

Similar oriya poem from Inspirational