STORYMIRROR

Kabiratna Nutan Kumar Behera

Classics Inspirational

3  

Kabiratna Nutan Kumar Behera

Classics Inspirational

ମନ ମନ୍ଦିରେ ବାଜୁଛି ଶଙ୍ଖ

ମନ ମନ୍ଦିରେ ବାଜୁଛି ଶଙ୍ଖ

1 min
1.1K


ଏ ଶରୀର ଶ୍ରୀ କ୍ଷେତ୍ରେ 

ମନ ଏକ ମନ୍ଦିର, 

ସେ ମନ୍ଦିରେ ବାଜେ ଶୁଭ ଶଙ୍ଖ 

ବୀଜ ମନ୍ତ୍ର 'ଓଁ' କାର ଧ୍ଵନି ତାର। 

ସେ ହିଁ ସୃଷ୍ଟି ସ୍ଥିତି ପ୍ରଳୟର 

ଏକମାତ୍ର ସୂତ୍ରଧର, 

ଜନ୍ମରୁ ମୃତ୍ୟୁ ଯାଏ ଅନାହତ 

ବାଜି ଚାଲିଥାଏ ସେ ଶଙ୍ଖ 

ଶୁଭେ ତା' ସୁମଧୁର ସ୍ବର।

ପରମଙ୍କଠାରୁ ଜୀବ ଭାବେ 

ସଂସାରେ ହୋଇ ସେ ଜନମ 

ପ୍ରତିଭା କରେ ବିକିରଣ, 

ପରଂବ୍ରହ୍ମ ପ୍ରଭୁଙ୍କ ଶ୍ରୀ ଚରଣେ 

ଆରାଧନା କରେ ନେଇ ଶରଣ। 

ମନ ମନ୍ଦିରେ ତ୍ରେତ୍ରିଶ କୋଟି 

ଦେବା ଦେବୀ ପାନ୍ତି ପୂଜା, 

ଭାବ ଭକ୍ତି ଉପାସନାରେ 

ସାତସୁରେ ବାଜେ ଏ ଶଙ୍ଖ  

ଉଡେ ବିଜୟର ଧ୍ଵଜା।

ଜୀବନ ପ୍ରବାହିତ ନଦୀର ଧାରା 

ବହୁଥାଏ ହୋଇ ପାରାବାର ମୁଖି,

ଏ ଶଙ୍ଖ ଧ୍ଵନି ହୋଇଗଲେ ବନ୍ଦ 

ତା' ଜଳଧାରା ଯାଏ ଶୁଖି। 

ମନର ମନ୍ଦରେ ବାଜୁଛି ଶଙ୍ଖ 

ସେ ଧ୍ଵନି ଶ୍ରବଣେ ଚିତ୍ତ ହୁଏ ଶୁଦ୍ଧି, 

ଏ ପ୍ରଣବର ପ୍ରାଣାୟାମ 

ତା ସାଧନା ସିଦ୍ଧିରେ ହୁଏ ଶ୍ରୀବୃଦ୍ଧି। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics