STORYMIRROR

Panchanan Jena

Romance

3  

Panchanan Jena

Romance

ମନ ମଧୁବନ

ମନ ମଧୁବନ

1 min
205

ସ୍ନେହ ସଂଗେ ପ୍ରେମର ସାଦର ସମର୍ପଣ

ପ୍ରୀତି ସଂଗେ ମନଫେଣ୍ଟା ଲସି ସମ୍ଭାଷଣ

ଯେବେ ଯେବେ ରଚିଥାନ୍ତି ଯୁଗଳ ଲଗ୍ନ

ମଧୁରେଣ ସମାପୟତି ଯୁଗ୍ମଜ କଲ୍ୟାଣ 


ଆପେ ଆପେ ଶୁଭୁଥାଏ 

ସୁମଧୁର କୁହୁତାନ

ମଧୁର ଗୁଞ୍ଜନ

ନା ତବଲା - ବେହେଲା

ନା ଗିଟାର- ସିତାର

ନା ତୁରୀ- ମହୁରୀ

ଦଶଦିଶେ ମୁଖରିତ

ସୁର ତାଳର ଯୁଗଳବନ୍ଦି ରାସ ଆସର ।


ଯେବେ କାୟାରେ ମିଶିଯାଏ ମାୟା

କ୍ଷୁଧାରେ ମରିଯାଏ ବାତ୍ସଲ୍ୟ ସୌଖ୍ୟ

ଶୋଷ ସରି ସରି ପିପାସାର ଗଣ୍ଡୁଷ

ନା ଚନ୍ଦନ ଲେପନ

ନା ପାଉଡର କ୍ଷେପଣ

ନା ଡିଓ ସ୍ରେରଣ

ଛତ୍ରେ ଛତ୍ରେ ମୁକୁଳା ଯୌବନ

ଉଛୁଳା ଛାତି ତଳର ମନ-ବନ ।


ମନ ଉପକୂଳ ଚୁମିଯାଏ 

ପ୍ରେମ ପାରାବାର ନିତି

ଦେହ ଦେହଳୀରେ ମିଳନ ପରବ

ଖୋଜେ ଗୋପନ ପୀରତି

ଯେମିତି ନିର୍ମଳ ନିର୍ଝର ଝର 

 ଖଜୁରୀ ଗଛରେ ଝୁଲୁଥିବା

ରସଭର୍ତ୍ତି ଠେକୀ ପରି

 ନିର୍ଗତ ମିଠା ସର

ଠପା ଠପା ଜିଭ ଟେକି

 ଆଦିମ ଉପଚାର ।


ମନ ମୟୂଖରେ ଖୁସିର ପାର୍ବଣ

ଅଙ୍ଗ ଲତିକାରେ ଋତୁ ଫଗୁଣ

ମନ ଆନନରେ ସୁମନ ସୌରଭ 

ତାଜା ଶୀହରଣ

ଭାବନାରେ ନ ହେଉ ଖାଲି

ବାସ୍ତବରେ ମତୁଆଲା ହେଉ

 ମନ ମଧୁବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance