STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ମନ ଖୋଜେ ସାଥିଟିଏ

ମନ ଖୋଜେ ସାଥିଟିଏ

1 min
259


ଆସିଛି ଫଗୁଣ ଫୁଲେଇ ମଳୟ

    ଶୁଭୁ ଅଛି କୁହୁସ୍ୱନ

ବଳୁଛି ଶରଧା  ବୋଳିବି ଅବିର

   ଦେହ ଯାକ ଗୋଟାପଣ ।


ଯୁଇ ଯାଈ ମଲ୍ଲି କେତକୀ ବଉଳେ

   ଚହଟେ ମଧୁର ବାସ

ନବ କିଶଳୟେ ହଳଦୀ ବସନ୍ତ

   ସମ୍ଭାଷଣ କରେ ତୋଷ ।


ସବୁଜ ପ୍ରକୃତି ଦିଶଇ ସୁନ୍ଦର

   ପଲ୍ଲବିତ ଫୁଲ ଫଳ

ଆନନ୍ଦ ଉଲ୍ଲାସେ ପୁଲକେ ପରାଣ

   ରଙ୍ଗ ର ଉଠେ ଜୁଆର ।


ମଧୁ ବସନ୍ତର ରଙ୍ଗ ସମାହାରେ

   ହୃଦ ମନେ ଖେଳେ ଢେଉ

ମୃଦୁ ମନ୍ଦ ତାନେ ଖେଳେ ଶିହରଣ

   ପ୍ରେମ ସ୍ପର୍ଶ ନୂଆ ପାଉ ।


ନୀଳ କଇଁ ଖୋଜେ ଜହ୍ନକୁ ତାହାର

   ଖୋଜେ ପଦ୍ମ ଦିବାକର

ମନ ଖୋଜୁଥାଏ ସାଥି ସ୍ନେହ ପ୍ରୀତି

  ଇହକାଳ ଆପଣାର ।


  


Rate this content
Log in

Similar oriya poem from Romance