ମନ ଆଇନାର ପ୍ରତିଛବି
ମନ ଆଇନାର ପ୍ରତିଛବି
ମନ ଆଇନାର ପ୍ରତି ଛବି ପ୍ରଭୁ
ହୃଦୟ ମନ୍ଦିର ରାଜା.
ଭାବ, ଭକ୍ତି, ସମର୍ପଣରେ ଭଜିଲେ
ଆଖି ହୁଏ ଭିଜା ଭିଜା. l
ଅକଳନା ତୁମ ମହିମାର ସୀମା
ସାଗର ତଟର ବାଲି.
ଆକାଶର ତାରା ବରଷାର ବିନ୍ଦୁ
ତାହାକୁ କେ ପରେ କଳି.
ପୂର୍ଣ୍ଣବ୍ରହ୍ମୁ ହୁଏ ଅଗଣିତ ବ୍ରହ୍ମ
ପୂର୍ଣ୍ଣତାରୁ କେବେ ନ ହୁଅଇ କ୍ଷୁର୍ଣ୍ଣ
ଜୀବ ରୂପେ ତୋତେ ଖୋଜା. l
ପୁରୁଷୋତ୍ତମର ପୁରୁଷ ଉତ୍ତମ
ଭାଗ୍ୟେ ଥିଲେ ମିଳେ ରାହା.
ଭକତି ଡୋରିରେ ବାନ୍ଧିଛୁ ଜଗତ
ତୁ ତ ଜଗତର ସାହା.
ଅସୀମ, ଅନନ୍ତ, ଯାହାର ମହିମା
ହୃଦେ ଭକ୍ତି ଥିଲେ ମିଳଇ ପାଉଣା.
ପୁଣ୍ୟ ବ୍ରହ୍ମ ଦାରୁ ରାଜା. l
