STORYMIRROR

Rajakishore Mundi

Inspirational

4  

Rajakishore Mundi

Inspirational

ମମତାର ଡୋରି

ମମତାର ଡୋରି

1 min
227

ଏଇ ଘର ମୋର ସରଗ ପୁରୀ

ମାଆଠୁ ପାଇଲେ ସ୍ନେହର ଡୋରି

      ମାେ ପାଖରେ ବସେ

      ମାେ ଖୁସିରେ ହସେ

ତାର ଗପ  ଶୁଣୁ ଶୁଣୁ  ନିଦ ଟି ଆସେ !!୧!!

ଜନମ ଦେଇଛି ତା' ରି କୋଳେ

ନାଚି ହସି ଖେଳି ବଢ଼ିଛି ଧୀରେ

       ସେ ଅମୃତ ଧାରା

       ସେ ଦୁଃଖ ପାସରା

ମାେ ଆଖି ତାର ସପନ ଭରା !!୨!!

ଜୀବନ ଠାରୁ ଅତି ମାେ ପ୍ରିୟ

 ତା  ବିନୁ ଆପଣା ଅଛି କେ କୁହ

        ସିଏ ମୋ ସାହା

        ସିି ଏ ମାେ ମାଆ

ସ୍ନେହ ମମତାର ଚଳନ୍ତି ପ୍ରତିମା !!୩!!

ମଣିଷ କରିଛି ହାତକୁ ଧରି

କିଏ ସେ ଶୁଝିବ ଋଣ ତାହାରି

      ଉପାସ କରେ

      ବ୍ରତ ବି କରେ

ସନ୍ତାନ ମଙ୍ଗଳ କାମନା କରେ !!୪!!

ସନ୍ତାନ ବାତ୍ସଳା ନୁହେ ସେ ଦୁର୍ବଳା

ମହି ପରି ଅଟେ ସହନ ଶିଳା

     ପ୍ରିତୀ ପସରା

     ଆଖିର ତାରା

ସେବାରେ ଯାଉ ମୋ ଜୀବନ ସାରା !!୫!!

ମାଆ ନାମ ଅଟେ ଜଗତେ ସାର

ତା' ବିନା ଅଟେ ସବୁ ଅସାର

      ସେ ସରଗ  ପୁରି

      ସେନେହ ଡୋରି

ଦୁଃଖରେ  ସୁୁଖରେ ଯାଏ ନା ଡରି !!୬!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational