STORYMIRROR

Pravat Kumar Nayak

Inspirational

3  

Pravat Kumar Nayak

Inspirational

"ମମତାମୟୀ"

"ମମତାମୟୀ"

1 min
27.1K



"ମମତାମୟୀ"


ତୋ ମମତା ପାଶେ ହାରିଥିଲେ ଦିନେ

ଅାକଶର ଜହ୍ନ ମାମୁଁ

ହାରିଥିଲେ ପୁଣି ଯଶୋଦା କୋଳରେ

ତ୍ରିଭୁବନ ପତି କାହ୍ନୁ ।

ସ୍ନେହମୟୀ ତୋର ପଣତରେ ଭରା

କୋଟି ପାରିଜାତ ବାସ

ସେଇ ବାସ ଆଜି ମହକି ଉଠଇ

ମୋ ଅଧରେ ହୋଇ ହସ ।

ମୋ ଜୀବନ ମାଲୋ କଲୁ ମଧୁମୟ

ତୋ ଜୀବନ ମଧୁ ଦେଇ

ମୋ ଓଠରେ ଟିକେ ହସ ଦେଖିବାକୁ

ସବୁ ଲୁହ ଗଲୁ ପିଇ ।

ଜୀବନର ନୀତି ଶିଖାଇଛୁ ପୁଣି

ଶିଖାଇଛୁ ମାନବତା

ଯାହା ମୁଁ ଦେଖୁଛି ଯାହାମୁଁ ପାଇଛି

ସବୁର ତୁହିଲୋ ଦାତା ।

ଦେଖି ନାହିଁ କେବେ ଦେବୀଦେବତାଙ୍କୁ

ଅବା ତାଙ୍କ ଛାୟା ଛବି

ଏ ଜୀବଜଗତେ ଜୀବନ୍ତ ଦେବତୀ

ତୁହି ମା ବାସନ୍ତୀ ଦେବୀ ।

ତୋର ଖୁସି ହେଉ ମୋଜୀବନ ଲକ୍ଷ୍ଯ

ତୋ ଇଚ୍ଛାରେ ଚଳୁ ମନ

ତୋ ମମତା ପ୍ରେମେ ହୃଦୟ ଉଚ୍ଛୁଳୁ

ତୋ ଚରଣେ ବିତୁ ଦିନ...।


ପ୍ରଭାତ କୁମାର ନାୟକ

ମଧୁପୁର ,ଭଦ୍ରକ, ଓଡିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational