Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravat Kumar Nayak

Abstract

2  

Pravat Kumar Nayak

Abstract

ଅଲିଭା ବ୍ୟଥା

ଅଲିଭା ବ୍ୟଥା

1 min
258



ମନେ ପଡେ ଆଜି ତୁମ ସାଥେ ଯେବେ

   ହୋଇଥିଲା ମୋର ଦେଖା,

ସରମି ଲତା କି ଲାଜରେ ଲାଜେଇ 

    କହୁ ଥିଲା ପଦେ କଥା ।

ଚନ୍ଦ୍ରବଦନି ଗୋ ପ୍ରୀତି ମନ୍ଦାକିନୀ 

   ମନ କିଣି ନେଲ ମୋର ,

ଚାହାଣୀ ତୁମର କାହାଣୀ ଲେଖିଲା 

  ହୃଦୟ କାନ୍ଥରେ ମୋର ।

ଚାନ୍ଦିନୀ ରାତ୍ରିରେ ଜୋଛନାରେ ଭିଜି 

  ହେଉଥିଲେ କେତେ କଥା ,

ଆଦ୍ୟ ଆଷାଢ଼ର ପ୍ରୀତିର ପରଶେ

  ଲିଭି ଯାଉଥିଲା ବ୍ୟଥା ।

ମନ ପ୍ରେମ ପକ୍ଷୀ ଉଡୁଥିଲେ ନଭେ 

  ପ୍ରେମର ଗଜଲ ଗାଇ ,

କୁଳୁ କୁଳୁ ନାଦେ ବହି ଯାଉଥିଲା 

  ପ୍ରୀତିର ଯମୁନା ନଈ ।

ଆଜି କିନ୍ତୁ ସବୁ ଯାଇଛି ଉଜୁଡି 

  ଭାଙ୍ଗିଛି ପ୍ରେମର ଘର, 

ଅକୁହା ବେଦନା କାହା ଆଗେ କହିବି

  ଜଳୁ ଅଛି ମନ ମୋର ।

ତୁମେ ଥିଲ ସାଥି ଜୀବନେ ମୋହର 

  ପହିଲି ଓ ଶେଷ ପ୍ରୀତି 

ତୁମ ବିନା ଏଇ ଅଲୋଡ଼ା ଜୀବନ 

  କାଳ ବଇଶାଖୀ ତାତି ।


Rate this content
Log in

Similar oriya poem from Abstract