STORYMIRROR

Pravat Kumar Nayak

Others

3  

Pravat Kumar Nayak

Others

ତୁମେ ଗଲା ପରେ ...

ତୁମେ ଗଲା ପରେ ...

1 min
155

ତୁମେ ଗଲା ପରେ ପରେ ଏଇ ମନ ଫୁଲ ବନେ 

ଫେରିନି ବସନ୍ତ  କେବେ ଶୁଭି ନାହିଁ 

କୋକିଳର ସ୍ଵନ  

ଅନେକ ପୂର୍ଣ୍ଣମୀ ତିଥି ବିତିଲାଣି ଏ ମନର ଆକାଶରେ 

ହେଲେ  ଆଜି ଯାଏ ଏଇ ଆଖି 

ଦେଖିନାହିଁ ଜୋଛନାରେ ଭରା ତୁମ ଅପୂର୍ବ ବଦନ।


ତୁମେ ଗଲା ପରେ ପରେ ପଳାସ ଫୁଲର ହସ

ଫିକା ଫିକା ଦିଶେ ଆଜି 

ସୁଗନ୍ଧିତ ମାଳତୀର ନାହିଁ ଆଉ ବାସ  

ପାହାଡ଼ର ଗାତ୍ର ଦେଇ ଝରଣଯେ ଝରୁ ନାହିଁ

ଶୁଖିଲା ନଦୀର ଦେହେ ନାହିଁ ଆଉ ବାସ (ବସ୍ତ୍ର) ।


ତୁମେ ଗଲା ପରେ ପରେ ଝାଉଁ ବଣ ଆମ୍ବ ତୋଟା

ନଇ କୂଳ ପୋଖରୀ ତୁଠର ଘାଟ

ମୋତେ ଆଜି କରେ ଉପହାସ 

ଆଖିରେ ଆଖିଏ ବର୍ଷା ତଥାପି ଯେ ଜାଳି ମାରେ 

ତୁମରି ବିରହ ନିଆଁ ମନେ ଅବସୋସ ।


ତୁମେ ଗଲା ପରେ ପରେ ହୃଦୟର ବେଳାଭୂମି

ନିଶବ୍ଦ ବିଜନ ଆଉ ନାଚୁନାହିଁ ଖଣ୍ଡ ଖଣ୍ଡ 

ନୀଳଉର୍ମି ସାତ ତାଳ ଦେଇ  

ଚଉଦିଗେ ଦିଶେ ମୋତେ ଧୂସର ମରୁର ବାଲି 

ଆଶାମୋ ବିକଳେ ମରେ ଟୋପେ ପାଣି ପାଇଁ(ପ୍ରୀତି ନିର ପାଇଁ) ।


ତୁମେ ଗଲା ପରେ ପରେ ଲୋକେ ମୋତେ 

ଦେଇଛନ୍ତି ପାଗଳ କବିର ଆଖ୍ୟା 

ଲେଖେ ବୋଲି କାଳେ ତୁମ ବିରହର ଗାଥା  

ତୁମେ କୁହ ଲେଖିକି ପାରିବି ସାରି 

ଆମରି ପ୍ରୀତିର କଥା ଆଉ ଏଇ ମନେ 

ବିତୁଥିବା ଅସରନ୍ତି ବ୍ୟଥା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍