Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravat Kumar Nayak

Others

3  

Pravat Kumar Nayak

Others

ଆସ ମା' ମମତାୟୀ

ଆସ ମା' ମମତାୟୀ

1 min
6.8K


"ଆସ ମା' ମମତାମୟୀ "(ସମର୍ପଣ ଅଧ୍ଯାୟରୁ)



କାଶତଣ୍ଡୀ - ଶୁଭ୍ର ବସନରେ କାଶତଣ୍ଡୀ ହସେ

ଶାନ୍ତିର ବାରତା ନେଇ

ଜଗତ ଜନନୀ ଆସ ଅବତରି

ସବୁ ପାପ ଯାଉ ଧୋଇ ।

ଆସ ମା ମମତାମୟୀ.......(୧)


ନବରାତ୍ରି- ଅଜ୍ଞାନ ଅନ୍ଧାରେ ଗହନ ନିଦରେ

ବିବେକ ଯାଇଛି ଶୋଇ

ନବରାତ୍ର ନୁହେଁ ଚିର ଜାଗରଣେ

ଜ୍ଞାନ ମୋ ଦିଅ ଜଳାଇ ।

ଆସ ଗୋ ମା ଦୟାମୟୀ...(୨)


ବ୍ରତ ଉପବାସ - ଅନ୍ନ ଜଳ ତେଜି ଉପାସ ପାଳନେ

ବ୍ରତଯେ ନୁହଁଇ ଏହି

ଅହଂ ବିକାରର ଦମନ କାମନା

ମନରେ ପାଳନ ପାଇଁ..।

ମାଆ ପାଦେ ମନ ଦେଇ...(୩)

ଦୀପାଳୀ - ମାଟି ପିଣ୍ତ ଏହି ମାଟି ଦୀପ ପରି

ଆତ୍ମା ଶିଖା ଜଳେ ଯହିଁ

ନବରାତ୍ରି ନୁହେଁ ଚିରକାଳ ପାଇଁ

ସେ ଦୀପାଳୀ ଜାଳି ଦେଇ ।

ଆସ ଗୋ ମା ଦୀପ୍ତିମୟୀ...(୪)


ଶାକାହାର - ତବ ପୂଜା ପାଇଁ ଶାକାହାରୀ ମୁହିଁ

କିମ୍ପା ନବଦିନ ପାଇଁ ?

ସଦା ଶାକାହାର ବ୍ରତମୁଁ ପାଳିବି

ତବ ଆରଧନା ପାଇଁ ।

ଆସ ମା କରୁଣାମୟୀ.....(୫)


ବ୍ରହ୍ମଚର୍ଯ୍ୟ - ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବି

ତନୁ ମନ ଶୁଦ୍ଧ ପାଇଁ

ତହିଁ ପରେ ଆତ୍ମା ପବିତ୍ର ହୋଇବ

ତବ ଆବାହନ ପାଇଁ ।

ଆସ ମା ବ୍ରହ୍ମଚାରିଣୀ ... (୬)


ନଅ ରୂପ - ଶକ୍ତି ସ୍ବରୁପିଣୀ ବିଶ୍ବ ଜନନୀ ଗୋ

ଅଭିନ୍ନା, ସ୍ବରୁପମୟୀ

ପଞ୍ଚ ମନ ପ୍ରାଣ ପୂଜଇ ତୁମକୁ

କେତେ ନାମ ରୂପ ଦେଇ ।

ଆସ ଗୋ ମା ମହାମାୟୀ...(୭)


ଦଶଭୁଜା - ଦଶଭୁଜା ତବ ଦଶ ଦିଗ ବ୍ୟାପି

ସବୁ ଦୁଃଖ ଯାଉ ନେଇ

ଆସୁରୀ ପ୍ରବୃତି ନାଶ ହେଉ ମନୁ

ମମତା ପରଶ ପାଇ ।

ଆସ ଗୋ ମା' ଶକ୍ତିମୟୀ...(୮)


ମନ ଓ ଆତ୍ମା - ମନ ପ୍ରାଣ ଆତ୍ମା ତବ ପାଦ ତଳେ

ନିତ୍ୟ ମମ ଥାଉ ରହି

ଏତିକି ମିନତି ଚରଣେ ତୁମର

କରୁଅଛି କୃପାମୟୀ ।

ଆସ ଗୋ ମା ସ୍ନେହମୟୀ.....(୯)



ପ୍ରଭାତ କୁମାର ନାୟକ

ମଧୁପୁର , ଭଦ୍ରକ , ଓଡିଶା


Rate this content
Log in