Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pravat Kumar Nayak

Inspirational Others

2  

Pravat Kumar Nayak

Inspirational Others

"ଆସ ମା' ମମତାୟୀ"

"ଆସ ମା' ମମତାୟୀ"

1 min
6.7K


କାଶତଣ୍ଡୀ - ଶୁଭ୍ର ବସନରେ କାଶତଣ୍ଡୀ ହସେ,

ଶାନ୍ତିର ବାରତା ନେଇ,

ଜଗତ ଜନନୀ ଆସ ଅବତରି,

ସବୁ ପାପ ଯାଉ ଧୋଇ ।

ଆସ ମା ମମତାମୟୀ.......(୧)


ନବରାତ୍ରି- ଅଜ୍ଞାନ ଅନ୍ଧାରେ ଗହନ ନିଦରେ,

ବିବେକ ଯାଇଛି ଶୋଇ,

ନବରାତ୍ର ନୁହେଁ ଚିର ଜାଗରଣେ,

ଜ୍ଞାନ ମୋ ଦିଅ ଜଳାଇ ।

ଆସ ଗୋ ମା ଦୟାମୟୀ...(୨)


ବ୍ରତ ଉପବାସ - ଅନ୍ନ ଜଳ ତେଜି ଉପାସ ପାଳନେ,

ବ୍ରତଯେ ନୁହଁଇ ଏହି,

ଅହଂ ବିକାରର ଦମନ କାମନା,

ମନରେ ପାଳନ ପାଇଁ..।

ମାଆ ପାଦେ ମନ ଦେଇ...(୩)


ଦୀପାଳୀ - ମାଟି ପିଣ୍ତ ଏହି ମାଟି ଦୀପ ପରି,

ଆତ୍ମା ଶିଖା ଜଳେ ଯହିଁ,

ନବରାତ୍ରି ନୁହେଁ ଚିରକାଳ ପାଇଁ,

ସେ ଦୀପାଳୀ ଜାଳି ଦେଇ ।

ଆସ ଗୋ ମା ଦୀପ୍ତିମୟୀ...(୪)


ଶାକାହାର - ତବ ପୂଜା ପାଇଁ ଶାକାହାରୀ ମୁହିଁ,

କିମ୍ପା ନବଦିନ ପାଇଁ ?

ସଦା ଶାକାହାର ବ୍ରତମୁଁ ପାଳିବି,

ତବ ଆରଧନା ପାଇଁ ।

ଆସ ମା କରୁଣାମୟୀ.....(୫)


ବ୍ରହ୍ମଚର୍ଯ୍ୟ - ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବି,

ତନୁ ମନ ଶୁଦ୍ଧ ପାଇଁ,

ତହିଁ ପରେ ଆତ୍ମା ପବିତ୍ର ହୋଇବ,

ତବ ଆବାହନ ପାଇଁ ।

ଆସ ମା ବ୍ରହ୍ମଚାରିଣୀ ... (୬)


ନଅ ରୂପ - ଶକ୍ତି ସ୍ବରୁପିଣୀ ବିଶ୍ବ ଜନନୀ ଗୋ,

ଅଭିନ୍ନା, ସ୍ବରୁପମୟୀ,

ପଞ୍ଚ ମନ ପ୍ରାଣ ପୂଜଇ ତୁମକୁ,

କେତେ ନାମ ରୂପ ଦେଇ ।

ଆସ ଗୋ ମା ମହାମାୟୀ...(୭)


ଦଶଭୁଜା - ଦଶଭୁଜା ତବ ଦଶ ଦିଗ ବ୍ୟାପି,

ସବୁ ଦୁଃଖ ଯାଉ ନେଇ,

ଆସୁରୀ ପ୍ରବୃତି ନାଶ ହେଉ ମନୁ,

ମମତା ପରଶ ପାଇ ।

ଆସ ଗୋ ମା' ଶକ୍ତିମୟୀ...(୮)


ମନ ଓ ଆତ୍ମା - ମନ ପ୍ରାଣ ଆତ୍ମା ତବ ପାଦ ତଳେ,

ନିତ୍ୟ ମମ ଥାଉ ରହି,

ଏତିକି ମିନତି ଚରଣେ ତୁମର,

କରୁଅଛି କୃପାମୟୀ ।

ଆସ ଗୋ ମା ସ୍ନେହମୟୀ.....(୯)



ପ୍ରଭାତ କୁମାର ନାୟକ

ମଧୁପୁର , ଭଦ୍ରକ , ଓଡିଶା


Rate this content
Log in