Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravat Kumar Nayak

Others

2  

Pravat Kumar Nayak

Others

ଆମରି ହାତରେ ଆମ ସୁରକ୍ଷା

ଆମରି ହାତରେ ଆମ ସୁରକ୍ଷା

1 min
3.3K


ତାର ଇଙ୍ଗିତରେ କମ୍ପେ ମେଦିନୀ 

ଥରେ ତ୍ରିଭୁବନ ଜାଗେ ଯୋଗିନୀ ,

ମହାମାରୀ ରୂପେ ଆସେ ମରଣ ,

ଚଉ ଦିଗେ ଦିଶେ ଶବ ଆଚ୍ଛନ୍ନ ।

ଉଡିଯାଏ ଜ୍ଞାନ ହାରେ ବିଜ୍ଞାନ , 

ନ ମିଳେ ଔଷଧ ଅବା କାରଣ ।

କରୋନା ଭୁତାଣୁ ନାମଟି ତାର 

ଚାଇନା ଦେଶଟି ତାହାରି ଘର ।

ବାଦୁଡି ସାପର ବିଷକୁ ନେଇ 

ଧରାକୁ ଆସିଛି ସେତ ଓହ୍ଲାଇ ।

ପରଶ ପାଇଲେ ବ୍ୟାପିସେ ଥାଏ 

ନହେଲେ ଆପେ ସେ ମରିଯେ ଯାଏ ।

ହାତକୁ ଧୋଇଲେ ସାବୁନୁ ମାରି ,

କିଛି କ୍ଷଣ ମଧ୍ୟେ ଯାଏ ସେ ମରି ।

ସମାଜ ଦୂରତା ମାନି ଚଳିଲେ ,

କମିବ ତା କୋପ ପ୍ରଭାବ ଭଲେ ।

ସରକାରଙ୍କର ନିୟମ ମାନି ,

ପଦାକୁ କେହିଯେ ଆମେ ଯିବନି ।

ଅଳପ ଦିନରେ ଯିବ ଉଭେଇ 

କରୋନା ତଡିବା ଉପାୟ ଏହି ।

ନ ହେଲେ ସଭିଙ୍କ ଜୀବନ ଯିବ ,

ଏ କଥାକୁ ମନେ ଥରୁଟେ ଭାବ ।

ଆମ ସଚେତନ ଆମ ଜୀବନ 

ଆମରି ସୁରକ୍ଷା ସମାଜ ଜାଣ ।

ଘର ପରିବେଶ ସଫା ରଖିବା , 

ମହାମାରୀ ଠାରୁ ଦୂରେ ରହିବା ।

ଆମରି ହାତର ଆମ ସୁରକ୍ଷା ,

ଆସ ସମାଜକୁ କରିବା ରକ୍ଷା ।


Rate this content
Log in