STORYMIRROR

Pravat Kumar Nayak

Others

2  

Pravat Kumar Nayak

Others

କାର୍ତ୍ତିକ ପୁନେଇଁ ଜହ୍ନ..

କାର୍ତ୍ତିକ ପୁନେଇଁ ଜହ୍ନ..

1 min
12.6K




ମାସକ ଧରମ କରି ,

ସାଧବାଣୀ ଆମ ବୋଇତ ବନ୍ଦାଇ

ବସିଲାଣି ମନ ମାରି...

ବେପାର ବଣିଜ ପାଇଁ,

ଦୂରଦେଶ ଯିବେ ତା'ପରାଣ ପ୍ରିୟ

ମନ ହୁଏ ହାଇଁ ପାଇଁ...

ବୁଢିମା ହବିଷ ସାରି,

ଆଇଁଷ ତିଅଣେ ମନ ବୋଳାଇଲା

ହୁଏ ଟିକେ ଗୁରୁଗୁରି...

ଜେଜେ କରୁଛନ୍ତି ଗାଳି ,

ମାସକ ବ୍ରତ ତୋ ଚୁଲିକି ଗଲାଲୋ

କଳା କାନି ଗୁରୁବାରି...

କାର୍ତ୍ତିକ ପୁନେଇଁ ଜହ୍ନ ,

ବାଲି ଯାତ ଜିବ ଭିଣେଇ ସାଥିରେ

ଶାଳୀ ମନ କନ କନ.....




ପ୍ରଭାତ କୁମାର ନାୟକ

ମଧୁପୁର ,ଭଦ୍ରକ ,ଓଡିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍