ମମତ୍ଵ
ମମତ୍ଵ
ମାତୃତ୍ବ ନାରୀ ଜୀବନର ପୂର୍ଣ୍ଣତା
ବ୍ୟତିରେକ ବିରାଟ ଶୂନ୍ୟତା
ଅଳି ଅର୍ଦ୍ଦଳିକୁ ସହି ବହି
ଅନନ୍ତ ପଥର ଯାତ୍ରୀ ହୋଇ
" ଢାଳିଦିଏ ମମତା ll
ସନ୍ତାନର ସମ୍ୟକ୍ ତାନତା
ଜଠରୁ ଜରାର ବ୍ୟବଧାନତା
ଅୟୁତ ଆଶିଷ ପ୍ରଣିଧାନ
ଶୁଭ ମଙ୍ଗଳର ଆବାହନ
" ଶ୍ରେଷ୍ଠତ୍ବର ମାନ୍ଯତା ll
ଜୀବନ ଦୁଇ ପଦ କବିତା
କିଛି କଥା ଆଉ କିଛି ଲଥା
ସୁଖ ଦୁଃଖର ସଳିତା
ଜଳିଯାଏ ହୋଇ ନିରୁତା
" ଶେଷରେ ହିନସ୍ଥା ll
ମା ପଦରଜ୍ଜୁର ଉଷ୍ମତା
ଭରିଯାଏ ପରଶେ ଅନ୍ତରାତ୍ମା
ପୂରଣ ପ୍ରବଣ ଭାବବିହ୍ଵଳତା
କୋଟି ଜନମର ସାର୍ଥକତା
" ଆଉ ସନ୍ତାନର ଅସ୍ମିତା ll
ଶେଷ ସ୍ପର୍ଶର ଆବିଳତା
ଦୁଃଖ ଅନ୍ତର୍ଦାହରେ ମ୍ରିୟମାଣତା
ନିଃସ୍ୱାର୍ଥ ସେବାର ଆତ୍ମମ୍ଭରିତା
ତପନନ୍ଦନାର ବିଭାବରିତା
" ମମତ୍ଵର ନିର୍ବାଣତା ll
