ମଲାଟ
ମଲାଟ
ନିଜକୁ ଅନାବୃତ କରି ମୁଁ ଘୋଡେଇ ରଖିଛି ତୋତେ ,
ଲାଜ ର ସବୁ ପରିସୀମା କୁ
କେଉଁ ଏକ ଗଳି ରେ ଫିଙ୍ଗି ଦେଇ
ବାସ୍ ତୋତେ ହିଁ ଘୋଡେଇ ରଖିଛି ମୁଁ
କାହିଁକି
ଅତି ସରଳ ସେ କାହିଁକି ର ଉତ୍ତର
ତୁ ମୋର ପ୍ରିୟ
ଭାରି ପ୍ରିୟ
ବହି ଟିଏ
ଅ , ଆ , ଇ , ରୁ ପରିଚୟ ତୋ ସହ
ତୋ ଦେହ ରେ ଛପା
ପ୍ରତି ଟି ଗୀତ କୁ ମୁଁ ଉଦରେ ସାଇତିଛି
ରାସ୍ତା ରେ ଗାଇଛି
ପୁଣି ଘାଟ ରେ ଗୁଣୁ ଗୁଣୁ କରିଛି
କେବେ
କୁନା ଭାଇନା , ମହୁଲ ଫୁଲ
ପୁଣି କେବେ
"ବିଷ୍ଣୁପଦ, ବିଷ୍ଣୁପଦୀ ଈ କାର ଭେଦ ଶବଦ "
ସବୁ ପଦ୍ୟ କୁ ବୁଝିଛି ତୋ ଦେହ ରୁ
କେତେ କବି , କେତେ ଲେଖକ ର ବାଣୀ ତୋ ଠୁ ହିଁ ତ ପାଇଛି
ରେବତୀ ରେ କଥା ହେଉ ଅବା
"ନିର୍ମଳା" ଉପନ୍ୟାସ ହେଉ
ସବୁ ର ସ୍ଵାଦ ମୁଁ ତୋ ଠୁ ପାଇଛି ।
ତୁ ସାଥୀ ମୋର ନିର୍ଜନ ବେଳର ,
ନିଛାଟିଆ ରାତିର
ଯେବେ ଜଗତ ଶୋ ଇଯାଏ
ଘୁଙ୍ଗୁଡ଼ି ମାରି
ସେତେବେଳେ ମୁଁ ତୋତେ ଦେଖେ
ତୋ ପୃଷ୍ଠା କୁ ଲେଉଟାଇ
ତାର ବାସ୍ନା କୁ , ତାର ଜ୍ଞାନ କୁ ପିଇ ଯାଏ
ଅମୃତ ରସ ରେ ବି ମିଳିବନି ସେତିକି ଆନନ୍ଦ
ଯେଉଁ ଆନନ୍ଦ ମିଳେ ତୋ ଜ୍ଞାନ ରସ ପାନ ରେ
ତୋତେ ଆବୃତ କରି ରଖିବାରେ ମିଳେ ବେଶ୍ ଆନନ୍ଦ
ସେ ଆନନ୍ଦ ନେଇ ନ ପାରେ ଶାବ୍ଦିକ ରୂପ
କେବଳ ଅନୁଭୂତ ହୁଏ ମନ ରେ
ସେଇଥି ପାଇଁ ତୋ ମୁଁ ତୋର ମଲାଟ
