STORYMIRROR

Debabrata Mishra

Tragedy

3  

Debabrata Mishra

Tragedy

ମଲାମନ

ମଲାମନ

1 min
246


ଜୀବିତ ଶରୀର ଜୀବନ୍ତ ମଣିଷ

ଚାରିଆଡ଼େ କୋଳାହଳର ଶୂନ୍ୟତା

ଖୁସିର ସୁଖର ଧାରାବାହିକର ଟିଭି ପରଦାରେ

ଆଡ଼ମ୍ବରର ବିଳାସର ବିପରୀତ ବିଳାପ

ଏଠି ମଲାମନଟା ମଲା ଶରୀର ସହ କରେ ଆଳାପ

ମରିଯାଇଥିବା ବିବେକର ଶବଗୁଡ଼ିକ 

ଚାରିଆଡ଼େ ରାସ୍ତାଘାଟେ ଘରେ ବାହାରେ

ପଚିସଢ଼ି ଦୁର୍ଗନ୍ଧର ଦୂର୍ଗ ପାଲଟିଗଲାଣି

ସମୟ ପ୍ରଶ୍ନ ପଚାରିବାକୁ ଚାହୁଁଛି

ହେ ସମାଜ ହେ ପ୍ରକୃତି ଏଠି ବଞ୍ଚିଛି କିଏ..? 


ନିରବରେ ନିରାଶ ମନରେ ସୁପ୍ତ ପ୍ରକୃତି

କି ଉତ୍ତର ଦେବ କେମିତି କହିବ ଚିନ୍ତାରେ ଆଜି

ତଥାପି ଉଦ୍ୟମ ତାର ଉତ୍ତର ଦେବ ସେ

ବଞ୍ଚିଛି କେବଳ ଖାଦ୍ୟ ଓ ଖାଦକ

ଲୋଭ ଈର୍ଷା ଅହଙ୍କାର ହିଂସା ଓ ହିଂସ୍ରତା

ମରିଯାଇଛି ମନ ମଲାମନର ଶବଦାହ କେ କରିବ..? 

ଦୟା କରୁଣା କ୍ଷମା ହତ୍ୟାର ଶୀକାର ହୋଇ

ପ୍ରାଣ ହରାଇ ମୁକ୍ତ ହୋଇସାରିଲେଣି 

ହଁ ବଞ୍ଚିଛି ଯନ୍ତ୍ରଣାର ଯନ୍ତ୍ର ଗାଡ଼ି ମୋଟର ଧୂମ୍ର

ଆଉ ବଞ୍ଚିଛି ରାକ୍ଷସ ଖାଲି ବଞ୍ଚିନି

ବଂଶ ବିସ୍ତାର କରିଚାଲିଛି ମଶାମାଛି ଭଳି

ତାଙ୍କୁ ମାରିବାକୁ ପ୍ରୟୋଗ ହେଉଛି ନକଲି ବିଷ

ଅର୍ଥାତ୍ ସେ ମରିଗଲେ ବିବେକ ଜାଗିଉଠିବ

ଯାହା କଦାପି ହେବାକୁ ଦିଆଯିବନି

ବାକି ଯିଏ ମରିଛି ମରୁ ମଲାମନକୁ ଫୋପାଡି ଦିଅ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy