STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ମକରସଂକ୍ରାନ୍ତି

ମକରସଂକ୍ରାନ୍ତି

1 min
153

ଆସ ହେ ମକର ବକର ଗତି ହେଉ ସୂରୁଜ

ଉତ୍ତରାୟଣରେ ଗମନ୍ତୁ ଧୀରେ ଝାଡ଼ି ମୂରୁଜ

ତୁମ ଆଗମନ ମଙ୍ଗଳମୟ ସଭିଙ୍କ ପାଇଁ

ସ୍ୱାଗତ ମକରସଂକ୍ରାନ୍ତି ମର୍ତ୍ତେ ଆସ ଓହ୍ଲାଇ

ହସୁଛି ଉତ୍କଳ ହସୁଛି ଆଜି ଭାରତ ବର୍ଷ 

ଇରାଂଜୀର ନବ ବରଷେ ତୁମ ଅମୀୟ ସ୍ପର୍ଶ

ଆନନ୍ଦ ଉତ୍ସଵ ମୁଖର ଆଜି ସାରା ଜଗତ

ଯାନିଯାତ୍ରା ପଯ୍ୟଟନରେ ଆଜି ସକଳେ ରତ

ରଙ୍ଗ ବେରଙ୍ଗର ଉଡୁଛି ଗୁଡି ଗଗନ ସାରା

ରାଇଜେ ରାଇଜେ ବିରାଜେ ତବ ରଙ୍ଗ ପସରା

ସିଂହନାଥ,ଅଟ୍ରି ପ୍ରସବଣରେ ମକର ଜାତ

ମକର ଚାଉଳ ମକର ମୁଆଁ ବସାଏ ମିତ

ଶାନ୍ତି, ମୈତ୍ରୀ ଆଉ ପ୍ରଗତି ବାର୍ତ୍ତା କରି ପ୍ରଚାର

ଆସି ପ୍ରତିବର୍ଷ ନୂତନ ରାଗେ ମୋହ ଅନ୍ତର

ହେ ସଂକ୍ରାନ୍ତି ଶ୍ରେଷ୍ଠ ମକର ଶୁଭ ଅଭିନନ୍ଦନ

ହରିବ ସକଳ ଦୁର୍ଗତି ଲେପି ଶାନ୍ତି ଚନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract