STORYMIRROR

pranati Mahapatra

Action

3  

pranati Mahapatra

Action

ମକର

ମକର

1 min
291


ମକର ସଂକ୍ରାନ୍ତି ସଂକ୍ରାନ୍ତି ପୁରୁଷ

 ଫକୀର ଜନମି ଥିଲେ,

ଭାଷାର ସମ୍ରାଟ ଭାଷାର ବିକାଶେ

ନିଜକୁ ସମର୍ପି ଦେଲେ।

ତାଙ୍କ ପାଇଁ ଆଜି ସଗର୍ବ ଆମେ

ଓଡ଼ିଆ ବୋଲି କହିଲେ।


 ମକର ଆସିଲା ନୀଳ ଆକାଶରେ

ନାନା ରଙ୍ଗେ ଗୁଡି ଉଡିଲା,

ମକର ଚାଉଳ ଗୁଡ ନଡିଆରେ

କାଳିଆ ଖାଇ ମୋ ହସିଲା।

ସଭିଙ୍କର ଖୁସି ବଢିଲା

ମନ୍ଦିର ଓ ଘର ମକର ଭୋଗରେ 

ମହମହ ପରା ବାସିଲା।



ନିଆରା ପରବ ନିଆରା ମଣିଷ

ଦେଖିଲି ମୁଁ ଶାଳବଣିରେ,

ଧୁମସାର ତାଳେ ନାଚୁଥାନ୍ତି ସର୍ବେ

ମକର ଚାଉଳ ଖାଇରେ।

ମକର ଚାଉଳେ ବସିଥିଲା ମିତ

ମକର ପରବ୍ ବଡ଼ ପର୍ବ ବୋଲି

ସସମ୍ମାନେ ଡାକୁଥାନ୍ତିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action