STORYMIRROR

Maheswar sahoo

Abstract

2  

Maheswar sahoo

Abstract

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
212

ମକର ପାଖରୁ,   ଚକରେ ଚକରେ,

    ଦିନ ହୋଇଥାଏ ବଡ଼

ଅମର ସଂସ୍କୃତି,    ନିଆରା ପରବ,

    ସ୍ନେହ ସମ୍ପର୍କର ଜଡ

ସଂକ୍ରାନ୍ତି ଦିନରେ,  ଘର ଦ୍ୱାର ଦାଣ୍ଡ,

    କରାଯାଏ ପରିଷ୍କାର

ଆମରି ପରବ,    ଦିଅଇ ଆହ୍ୱାନ,

     ସ୍ୱଚ୍ଛ ଶାନ୍ତି ମୈତ୍ରୀର

ସ୍ନାହାନ ସଉଚ୍ଚ,   ହୋଇଣ ସଭିଏଁ,

    ମୁନିଙ୍କୁ ଦେଇ ମୂର୍ତ୍ତିକା

ଉଷୁମ ନିଅନ୍ତି,    ଜାଳି ଶୁଷ୍କ ପତ୍ର,

    ଉଜ୍ଜ୍ୱଳ ହେଉ ଜୀବିକା

ମାନବ ଜୀବନ,    ପରବ ବନ୍ଧନ,

    ସ୍ନେହ ପ୍ରୀତି ଭକ୍ତି ସାଥେ

ମକର ସଂକ୍ରାନ୍ତି,  ଶୀତୁଆ ଦାଢ଼ରେ,

    ଧାର୍ମିକ ମହତ୍ତ୍ୱ ପଥେ

ନାନା ମୁନି ଋଷି,    ହୁଅନ୍ତି ପୂଜିତ,

    ଆମରି ଉତ୍କଳ ଧାମେ

ମକର ବଢାରେ,  ହୁଏ ଭୋଗ ରାଗ,

   ସର୍ବ ଦେବାଦେବୀ ନାମେ

କଦଳୀ ଓ ଗୂଡ଼,  ନୂଆ ଧାନ ଚୁନା,

    ମକର ବଢାର ପାଇଁ

ହୁଅଇ ସ୍ୱାଦିଷ୍ଟ,  ଚୁଡା ଖଜା ସାଥେ,

    ଗଗନେ ଗୁଡି ଉଡାଇ

ଚାଷୀ ଭାଇ ଖୁସି, ଶସ୍ୟ ଅମଳରେ,

    ବଣ୍ଟାଇ ଭାତୃତ୍ବ ପ୍ରୀତି

ଧରା ଧାମ ଆଜି,   ସ୍ୱଚ୍ଛ ଓ ପବିତ୍ର,

    ଚାଷୀକୁଳ ହେଉ ଶାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract