ମକର ଚୌରାଶି ଭେଷ
ମକର ଚୌରାଶି ଭେଷ
ଅନୁଧ୍ୟାନ ଅନୁଭବର
ପାହାଞ୍ଚରେ,
ମଣିଷ ବେଳେ ବେଳେ
କଥା ହୁଏ ତା, ପରିବେଶ ସହିତ।
କିଛି କଥା,
ନେଇ ଯାଏ
ତା ସଂସ୍କୃତି,
ପରମ୍ପରା ଆଡ଼କୁ।
ମନେ ପକାଏ
ସାଂଗ ସଂଙ୍ଗାତ
ମକର ବଉଳ
ପର୍ବ ପାର୍ବଣକୁ।
ସୂର୍ଯ୍ୟଙ୍କ
ଉତରାୟଣୀ ଗତି
ଶସ୍ୟର ଉତ୍କଷ୍ଠତା
କଥା କହେ।
ସୁବାସିତ ଚାଉଳ
ଘିଅ, ଛେନା, ଫଳ,
ଶକ୍ତି ସାମର୍ଥର
ମହକି ଉଠେ ଚିତ୍ତ।
ଶ୍ରୀ ଜିଉଙ୍କ ଚୌରାଶି ଭେଷ
ଆନନ୍ଦ ଭରିଦିଏ
ଏହି ବୋଧେ ଆମ
ବିଧି ପରମ୍ପରାର, ଶ୍ରେଷ୍ଠ ମହତ୍ବ।
