STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

ମିଠା ମିଠା କଥା

ମିଠା ମିଠା କଥା

1 min
282

 

କାହା ମୁହଁରୁ ଶୁଣିଲେ ପଦେ ଦି ପଦ

ସୁନ୍ଦର ବିନୟ ମିଠା ମିଠା କଥା,

ମନ ହୁଏ ଖୁସି ହୃଦୟ ଯାଏ ତରଳି

ଲାଗେ ଭାରି ଭଲ ନଇଁ ଯାଏ ମଥା।


ଶୁଣିବାକୁ ଯେବେ ଲାଗେ ଏତେ ଭଲ

କହିବା ନାହିଁ କାହିଁକି ମିଠା ମିଠା କଥା ?

ଗୁଡାଏ ଅଯଥା କହି କାହା ପାଖରେ

ମୂଲ୍ୟବାନ ସମୟ କାହିଁକି କାଟିବା ବୃଥା ?


ବୁଦ୍ଧି ଖଟାଇ ବିବେକକୁ ପଚାରି

ବୁଝି ସୁଜି କହିବା ସଦା ମଧୁର ଭାଷା,

ଖାଇବା ରହିବା ଚାହୁଁ ଯଦି ଭଲ 

ମିଠା ମିଠା କଥା କାହିଁକି ନ କରିବା ଆଶା ?


ସଂସାର ସାରା ଚାଲେ ଭାବ ବିନିମୟ

କଥାରେ କଥାରେ ହେଉଁ ବନ୍ଧୁ ଅବା ଶତ୍ରୁ,

ମନ୍ଦ ଅପ୍ରିୟ କଥାରେ କଳହ କରି

ନିଜ ଆଖିରୁ କାହିଁକି ଗଡାଇବା ଅଶ୍ରୁ ?


ନିଜକୁ ଯାହା ଲାଗେନା କେବେ ବି ଭଲ

ଅନ୍ୟକୁ ତା' ଲାଗିବ ଭଲ କିଆଁ ଭାବିବା ?

ବଡ଼ କି ସାନର ମନ ହୃଦୟ ସବୁରି ସମାନ 

ସଭିଙ୍କ ସାଥେ ବ୍ୟବହାର ସୁନ୍ଦର କରିବା।


ମହତ ପଣେ କଲେ ଭଲ ଆଚରଣ

ବିନିମୟେ ମିଳେ ଉଚିତ ମାନ ସମ୍ମାନ,

ଦେଇ ଥିଲେ ପାଇ ଦାନର ପ୍ରତିଦାନ

ମିଳେ ଶାନ୍ତି ତୃପ୍ତି ଧନ୍ୟ ହୁଏ ଜୀବନ।


'କଥା'ର ମାନେ 'କ'ରେ କହ ମିଠା ମିଠା

'ଥା' ରେ ମିଠା କହି ନ ପାରିଲେ ରହି ଥା,

କଥାରେ କଥାରେ ଲାଗେ ଯୁଦ୍ଧ ହୁଏ ସନ୍ଧି

ହୃଦୟକୁ ଜିତି ହୁଏ କହି ମିଠା ମିଠା କଥା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational