Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Niranjan Sahu

Inspirational

3  

Niranjan Sahu

Inspirational

ମିଶିଯାଉଅଛି ମାଟିରେ...

ମିଶିଯାଉଅଛି ମାଟିରେ...

1 min
4


ଘର ତ ଘର ନିଜର ଘର     

 ଲାଗେ ସବୁବେଳେ ସୁନ୍ଦର

ଛାତ ହେଉ କି ଟାଇଲ ଘର

 ହେଉ ଅବା ନଡା ଛପର.........


ଯେଉଁ ଘରରେ ଜନ୍ମ ମିଳିଲା

ତାହା ହିଁ ସରଗ ପୁର

ଯେଉଁ ଘରରୁ ଜୀବନ ଆରମ୍ଭ

  ତାହା ହିଁ ଜୀବନ ଡୋର........


ଯେଉଁଠି ଅଛନ୍ତି ବାପା ଓ ମାଆ

ତାହା ହିଁ ଦେବତା ଘର

ଯେଉଁଠି ଅଛନ୍ତି ଭାଇ ଭଉଣୀ

  ସ୍ନେହ ମମତାର ଡୋର.........


ନିଜର ଘର ଯେମିତି ହେଉ

ଦୁଃଖ କରିବା କିଆଁ

ଧନୀ ବି ମରିଛି ଗରିବ ମରିଛି

  ସାକ୍ଷୀ ଅଛି ଏ ଦୁନିଆଁ..........


ଘର ତ ଘର ଅନେକ ଘର

ବିଭିନ୍ନ ପ୍ରକାର ଅଛି

ବିଶାଳ ବିଶାଳ କୋଠା ସହିତ

   ନଡା ଛପର ବି ଅଛି.......


କିଏ ରହୁଅଛି କୋଠା ଘରରେ

କିଏ ରୁହେ କୁଡିଆରେ

ମରିଗଲା ପରେ ସମସ୍ତେ ସମାନ

    ଯାଆନ୍ତି ଶ୍ମଶାନ ଘରେ.........


କୋଠାଘର ଆଉ କୁଡିଆ ଘର

ସବୁ ରହିଯାଏ ସେଠାରେ

ପାଉଁଶ ମୁଠାଏ ଶରୀରଟା ହୋଇ

  ମିଶି ଯାଉଅଛି ମାଟିରେ.......



Rate this content
Log in

More oriya poem from Niranjan Sahu

Similar oriya poem from Inspirational