STORYMIRROR

Rekha Mohapatra

Romance

2  

Rekha Mohapatra

Romance

ମୀରା

ମୀରା

1 min
2.7K



ମୀରା ହୋଇ ରହିଗଲି ସବୁଦିନ

କାହ୍ନାକୁ ନ ପାଇଲି ଗୋଟେଦିନ

ମୋ ପିରତୀକୁ କରି ଉପେକ୍ଷା

ଚାଲିଗଲେ ହେବାକୁ ରାଧାର ଏକା।

ମନକୁ ବୁଝାଇ ଗାଇବୁଲେ ଭଜନ

ଗୁଣକୁ କରି ଜପାମାଳି ।

ଲୋକେ ମୋତେ ଦେଖିଲେ କହନ୍ତି

ପ୍ରେମ ପାଗଳିନୀ-----

କେତେ ହେଉଛି ବାଉଳି।

ଗଳି ଗଳି ଚିହ୍ନିଲେ ମୋତେ

କାହ୍ନାର ପ୍ରେମୀ ବୋଲି।

କରିଛି ଘର ମନେ ସ୍ୱାମୀ ମାନି

ସଞ୍ଜ ସକାଳ ବିତେ ସେବା କରିବାକୁ

ଚାହିଁ ଚାହିଁ---।

ଅପେକ୍ଷା ଅପେକ୍ଷାରେ ବିତେ ସମୟ

ଦେଖାମିଳେନି କେବେ ତାର

କରିନି କିଛି ଭୁଲ

ମନ ଦେଇ ପାଇଛି ଭଲ

ନ ହୁଅନ୍ତୁ ପଛେ ମୋର

ପାରିବିନି କରି ତାଙ୍କୁ ପର।

ଜୀବନ ବିତାଇଦେବି

ଭଜନ ତାଙ୍କ ଗାଇ ଗାଇ

ଦିଅନ୍ତୁ କି ନଦିଅନ୍ତୁ ଧରା

ମନ ମୋ ଝୁରେ ତାଙ୍କୁ

ସେ ମୋ ଦୁଃଖ ପାଶୋରା

ଜଗତ ଜାଣିଲା ମୋତେ

ଧିକାରୀ ମୋ କାମ

ବଞ୍ଚିଛି ଖାଲି ନେଇ

ମୁଖେ ତାଙ୍କ ନାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance