STORYMIRROR

Rekha Mohapatra

Inspirational

3  

Rekha Mohapatra

Inspirational

ବନ୍ଧୁ

ବନ୍ଧୁ

1 min
13.7K


ଚିରଦିନର ଇପ୍ସିତ ଇଚ୍ଛା

ଭାଙ୍ଗି ନ ଯାଉ କାଳକାଳକୁ

ସ୍ନେହ ମମତା ଦେଇ

ସୂକ୍ଷ୍ମ ଡୋରିରେ ବାନ୍ଧି

ସାଇତିବା ସବୁଦିନ ପାଇଁ ।୧

ସେ ମଧୁର ବନ୍ଧନେ

ମନ କିଛି ଖୋଜେନା

ଦୁଇ ପଦ ମଧୁର ବାଣୀ

ବଞ୍ଚିବାକୁ ଦିଏ ଆଶ୍ୱାସନା ।୨

ଅସମୟରେ ହୁଏ ଛିଡା

କାନ୍ଧରେ ପକେଇ ହାତ

ଆଗେଇ ନିଏ ସୁଦୂର ପଥ

ଯେତେ ହୋଇଥାଉ ବଧୁଂର

ଏହି ମୋର ଶେଷ ମନବାଞ୍ଛା ।୩

ରହି ନଯାଉ ଇଚ୍ଛାରେ ଇଚ୍ଛାରେ

ବ୍ୟକ୍ତ କରିନ ପାରେ କାହାଠାରେ

ପବିତ୍ର ବନ୍ଧନକୁ ନିଭାଇ ସବୁଦିନ

ପାଇବା ଆସ ସ୍ଵର୍ଗୀୟ ଖୁସି ସାଥୀ ହୋଇ ।୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational