STORYMIRROR

Rekha Mohapatra

Others

3  

Rekha Mohapatra

Others

ଦୁର୍ଗତିନାଶିନୀ ମା

ଦୁର୍ଗତିନାଶିନୀ ମା

1 min
26.7K



ଦୁଃଖେ ଆସି ହେଉ ଉପସ୍ଥିତ

ସରାଗେ ଦେଉ ଆଶିଷ

ମୋଚନ କରି ବିପଦ

ଛୁଟାଉ ସୁଅ ସୁଖର

ଧରା ନାଚି ଉଠେ ବାଦ୍ୟୈ

ସାଜସଜ୍ଜା କେତେ ନା କେତେ

ଆନନ୍ଦେ ଜଗତବାସୀ ପୂଜି ପୟରେ

ଦେଇ ନାନା ନୈବେଦ୍ୟ, ମନାସନ୍ତି

ମନବାଞ୍ଛା ଯେତେ

ଅଧିଷ୍ଠାତ୍ରୀ ଦେବୀ ମା ତୁହି

ଛାଡି ତୋତେ କେହି ସାହା ନୁହଁନ୍ତି

ଅଳି ଏତିକି ,ଆସୁଥା ଢଳି ଢଳିକି

ଫି ବର୍ଷ ଉଦ୍ଧାରିବାକୁ ଜଗତବାସୀ

ଦେଇ ଧନଧାନ୍ୟ ,ଅଭୟବାଣୀ

କରିବୁ ଧନ୍ୟ ଆମ ମହୀକି।

ସଂହାରକାରିଣୀ ମା ତୁ

ପାପନାଶିନୀ ମା ତୁ

ଦୁଃଖନାଶିନୀ ମା ତୁ

ଉଦ୍ଧାର କାରିଣୀ ମା ତୁ

ହର୍ତାକର୍ତା ଦୈବବିଧାତା ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍