STORYMIRROR

Ghanashyam Biswal

Romance Tragedy

4  

Ghanashyam Biswal

Romance Tragedy

ମିଛେଇ ପ୍ରେମିକା

ମିଛେଇ ପ୍ରେମିକା

1 min
336

ହସି ଦେଇ ମନକୁ ମୋ

ନେଲୁ ଚୋରେଇ

ମିଠା କଥା କହି

ଧନ ଦେଲୁ ହଜେଇ

ଦିନେ ନ ଦେଖିଲେ ତୋତେ

କାନ୍ଦେ ହୃଦୟ ।

କାହିଁକି ଲୋ ଅଧାବାଟେ

ନେଲୁ ବିଦାୟ

ସୁନା ହରିଣୀ ତୁ ମୋର

ସପନରାଣୀ

କେମିତି ବଞ୍ଚିଵି କହ

ତୋ ବିନା ମୁହିଁ ?

ଆଖି ମୋର ଛଳ ଛଳ

ତୋ ବାଟ ଚାହିଁ

ସତ କହୁଛି ଜୀବନେ

ପ୍ରାଣ ତ ନାହିଁ

ସପନ ମୋ ଜାଳିଦେଲୁ

କରିଲୁ ପର

କେଡ଼େ ବେଇମାନୀ ତୁ ଲୋ

ହେଲୁ ଯେ ସ୍ୱାର୍ଥପର ।



Rate this content
Log in

Similar oriya poem from Romance