STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମିଛେ ବାଇ ମନ

ମିଛେ ବାଇ ମନ

1 min
178


  

ମିଛେ ବାଇ ମନ ହେଉଛୁ ବାଇ

ମୋର ମୋର ବୋଲି କହୁଛୁ ଯାହାକୁ

  ଠିକଣା ବେଳ କୁ ନ ଥିବେ କେହି।

    ମିଛେ ବାଇ ମନ


ଛାଡ଼ି ଚାଲି ଯିବୁ ଯେବେ ଏ ଭୁବନ

  ଛୁଇଁ ବେନି କେହି ତୋତେ

ଛୁଆଁ ହେବ ବୋଲି ହାଟ ବସାଇବେ

  ଭୁଲି ଯିବେ ସବୁ ତୋତେ

ମରିଗଲା ପରେ ମଢା ପାଲଟିବୁ

 ଡରିବେ ଦେଖି ତୋ ଛାଇ।

   ମିଛେ ବାଇ ମନ


ମିଛ ପୁତ୍ର କନ୍ୟା ମିଛ ଜାୟା ବନ୍ଧୁ

  ମିଛ ଯେତେ ପରିଜନ

ଧନ ଥିବା ଯାଏ କରିବେ ଯତନ

  ସରିଗଲେ ହୀନିମାନ

ସମ୍ପତ୍ତି ପାଇଁ କି କରିବେ କନ୍ଦଳ

  ମନେ ରଖ ଆରେ ବାଇ।

   ମିଛେ ବାଇ ମନ,,,,,,


ମିଛ ଏ ଦୁନିଆଁ ସବୁ ମିଛ ମାୟା

  ଯାହା ଦେଖୁ ସବୁ ମିଛ

ସବୁ ମିଛ ମଧ୍ୟେ ଗୋଟେ ଚୀର ସତ୍ୟ

  ଜଗବନ୍ଧୁ ଜଗନ୍ନାଥ

ଇହ ପର କାଳେ ତୋ ସାଥିରେ ଥିବେ

   ଦୀନବନ୍ଧୁ ଭାବଗ୍ରାହୀ।

   ମିଛେ ବାଇ ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational