Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SRIKANTA PRADHAN

Classics

4.0  

SRIKANTA PRADHAN

Classics

ମିଛ ମାୟା ସଂସାର

ମିଛ ମାୟା ସଂସାର

1 min
1.0K



ଦେଖ ମନ ଏସଂସାର ନାହିଁ କ୍ଷମତା କାହାର

କଳନା କରିବ ବିଷ୍ଣୁମାୟା ଅପାର l

ଇନ୍ଦ୍ରିୟରେ ସର୍ବେ ବଶ ଜାଲିକ ବୁଣିଛି ପାଶ

ଲୋଭ ମୋହ ମାୟା କାମ କ୍ରୋଧର ଡୋର l


ସତ୍ୟଯୁଗର କାଳଟି ଖେଳୁଥିଲେ ସ୍ରଷ୍ଟା ସୃଷ୍ଟି

ସ୍ରଷ୍ଟାକୁ ଜାଣିବା ପାଇଁ ବହୁ ତପ ସୃଷ୍ଟି ବିହି

ଜାଣିବା ପୂର୍ବରୁ ସତ୍ୟ ହେଲା ଅନ୍ତର l


ତ୍ରେତୟାଯୁଗ ଆସିଲା ପରଂବ୍ରହ୍ମ ବ୍ରହ୍ମ ଲୀଳା

କରିଣ ଅନେକ ଜପ ପରମ ବ୍ରହ୍ମ ସ୍ୱରୂପ

ତ୍ରେତା ଶେଷ ବ୍ରହ୍ମ ନପାଇଲା ଗୁମର l


ଦ୍ୱାପର ଯୁଗର ବାର୍ତ୍ତା ଲୀଳା ଆତ୍ମା ପରମାତ୍ମା

ପ୍ରେମରେ ହୋଇଣ ଲୀନ ନପାଇଲା ଚିହ୍ନ ବର୍ଣ୍ଣ

କଳି ପ୍ରବେଶିଲା ଶେଷ ହେଲା ଦ୍ୱାପର l


କଳିଯୁଗେ ଜୀବ ଦେଖ ପରମ ସଙ୍ଗେ ପ୍ରତ୍ୟକ୍ଷ

କରେ ନାମ ସଂକୀର୍ତ୍ତନ କାମରେ ହୋଇ ମଗନ

କହେ ପ୍ରେମା ନାହିଁ ପରମର ଖବର l



Rate this content
Log in

Similar oriya poem from Classics