STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ମିଛ ଲାଗେ ସାରା ସଂସାରଟା

ମିଛ ଲାଗେ ସାରା ସଂସାରଟା

1 min
178


ଏକୁଟିଆ ଭଲ ଲାଗୁନି ବୋଲି ତ

ଖୋଜି ନେଲି 

ତୁମ ଭଳି ସାଥିଟିଏ ।


ଜଣ କରେ 

ତାସ ଖେଲି ହୁଏ ନାହିଁ ବୋଲି ତ

ତୁମ ସହ କାମ୍ପି ଖେଳେ

ନିଶାର୍ଦ୍ଧ ରାତି ଯାଏଁ ।


ଗୋଟିଏ ହାତରେ

ତାଲି ବାଜେ ନାହିଁ ବୋଲି

ତୁମ ହାତ ଧରି ନେଲି

କେଉଁ ଏକ ଶୁଭ ଲଗ୍ନଟାରେ ।


ସବୁ ଟଙ୍କା ଖର୍ଚ୍ଚ କରିବିନି ବୋଲି

ରେଜା ପଇସା ପକାଏ ହୁଣ୍ଡିରେ

ତୁମ ପାଇଁ କିଣିବାକୁ

କିଛି ଉପହାର ।


ସମୟ ବେକାର କରିବି ନି ବୋଲି

ବସି ଲେଖେ ତୁମ ପାଇଁ

ମୋ ସ୍ମୃତିର

ଅନେକ ଅନେକ କବିତା ।


ତୁମ କୁ ଭଲପାଏ

ମୋର ଜୀବନ ଦେଇ ବୋଲି

ଘଣ୍ଟା ଘଣ୍ଟା ଅପେକ୍ଷା କରେ

ତୁମ ଆସିବା ପଥକୁ ।


ଏତେ ଭଲ ତୁମକୁ ପାଇବା ପରେ ମଧ୍ୟ

ତୁମେ ଯଦି ଛାଡିଯାଅ ମତେ

ବିଲକୁଲ୍ ଖାଁ ଖାଁ ଲାଗେ

ନିସ୍ତବ୍ଧ ହୋଇଯାଏ 

ମୋ ଚାରି କାନ୍ଥ 

ଭୁଶୁଡ଼ି ପଡେ 

ଆଶାୟୀ ଆତ୍ମା

ନିଃସହାୟ ହୋଇଯାଏ

ହୃଦୟର ସ୍ପନ୍ଦନ

ଚାରିଆଡେ ଖାଲି ସୁଁ ସୁଁ ଶବ୍ଦ

ମତେ ଲାଗେ ପରାଜିତ

ଆହତ ସୈନିକ

ଆବା

ଭୋକିଲା ଭିକାରୀ

ମିଛ ଲାଗେ

ସରା ସଂସାର ଟା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance