STORYMIRROR

Tapan Kumar Swain

Children

4  

Tapan Kumar Swain

Children

ମିଛ କଥା ପଦେ କହିଲେ

ମିଛ କଥା ପଦେ କହିଲେ

1 min
233

ସବୁଦିନ ମାଆ ରାଗୁଛୁ କାହିଁକି

ମିଛ କଥା ପଦେ କହିଲେ ,

ସତ କଥା ନୀତି କହିବାକୁ କିଆଁ

କହୁଛୁ ବସିଲେ ଶୋଇଲେ ।


ସତ କଥା କହି ଦଣ୍ଡ ମୁଁ ପାଉଛି

ଖସି ଯାଉଅଛି ମିଛୁଆ,

କିଏ ଅଛି କହ ମିଛ ନକହିକି

ଅଛି ଏ ସଂସାରେ ସତିଆ ।


କୋଅଟ,କଚେରୀ,ମନ୍ଦିର,ଦପ୍ତର

ସବୁଠି ମିଛର ଶାସନ,

ଖାଲି ଏକା କଣ ସତମୁଁ କହିଲେ

ମୁଁ ହେବି ଦେଶର ମହାନ ।


ମୁଣ୍ଡକୁ ଆଉଁସି ମାଆ ବୁଝାଇଲେ

ଏତେ କଥା କାହିଁ ଭାବୁଛୁ,

ମିଛ କଥା କହି ଧରମ ଦାଣ୍ଡରୁ

କିଏ ଖସିଯିବା ଦେଖିଛୁ ।


ଦିନେନା ଦିନେତ ସତର ଆଲୁଅ

ଅନ୍ଧାରରେ ଜଳି ହସିବ,

ଯେତେ ପାପ ଗଢ଼ା ବଇଭବ ରାଶି

ଜଳି ପାଉଁଶ ରେ ମିଶିଵ ।


ଏତିକି ଜାଣିଥା ସତକଥା ନୀତି

ଯିଏ କହେ ସାରା ଜୀବନ,

ତାପରି ମଣିଷ କିଏ ହେବ କହ

ଲକ୍ଷେ ଦିଅଁ ପୁଜି ସମାନ ।


ତେବେ କାହିଁ କହ ମିଛ ସଡ଼କରେ

ପାଦ ଥାପି ବାବୁ ଚାଲିବୁ,

କଣ୍ଟା ଫୁଟି ପାଦେ ରକତ ଝରିଲେ

ସତ ବାଟ ଖୋଜି ବୁଲିବୁ ।


Rate this content
Log in

Similar oriya poem from Children