STORYMIRROR

Shiba Charan Mahapatra

Romance Tragedy

3  

Shiba Charan Mahapatra

Romance Tragedy

ମିଛ କଥା ୨

ମିଛ କଥା ୨

1 min
187

#ଏଣୁତେଣୁ 


ରାତି ୦୧:୩୫ ତୁମ ସହରରେ ଚିହ୍ନା ବର୍ଷାର ପଦପାତ 

ମୋ ପାଇଁ ଶୁଭଙ୍କର ନୁହଁ 

ବର୍ଷା ଛିଟାରେ ନିଆଁ ଚେଙ୍କ ଖାଇବା ଥୟ..!


ହଠାତ୍ ଖବର ଆସିବ ତୁମ ଅନ୍ତରଙ୍ଗ ବାନ୍ଧବୀ ପାଖରୁ 

ଯାହା ପଣତ ତୁମ ଲୁହ ଆଉ ଲାଜର ତକିଆ,

ହଁ ଫୁଲେଇ ଜହ୍ନ ମ..!

ସେ କହିବ ତୁମେ ଆଉ ଜଳୁନ ଆଗପରି ମୋ ବିନା 

ଖୁବ୍ ବତୁରୁଛ ଏବେ ଭିଜା ମାଟିରେ

ହେଃ ଏ ଖବର ଜମା ଭଲ ନୁହେଁ..!!


ସେ କହିବ ତୁମେ ଭଲପାଉନାହଁ ମଲ୍ଲୀଫୁଲ ବିଛଣା

ଗୀତ ଗାଉନ ଆଉ ପୁନେଇଁ ରାତିରେ ମୋ କଥା ଭାବି

ଲୁହରେ ଝାଉଁଳି ପଡୁନି ତୁମ ଘାସ ଫୁଲ ଦେହ 

ଠିକ୍ ଆଗ ପରି 

ଶରତ ରାତିଟେ କୁଣିଆ ସାଜୁନି ତୁମ ନିଜ ଆକାଶରେ ,

ସତରେ କ'ଣ ଏତେ ବର୍ଷା ଆଜି ତୁମ ସହରରେ..!?


ଯଦି ଏତେ ବର୍ଷା ପରେ ଅକାଳ ମରୁଡ଼ି ମୋ ହୃଦୟରେ 

ନା ନା ଏ ବର୍ଷା ଆଦୌ ଭଲନୁହେଁ..!


ଅଚାନକ ମୋ ଭିତରେ ବର୍ଷା 

ବର୍ଷା ଛିଟାରେ ଓଦା ସରସର ଆଖି ପତା 

ମୋତେ ଲାଗେ ସବୁ ବର୍ଷାରେ ମାଟି ଓଦା ହେଉ  

ସବୁ ପ୍ରେମରେ ପୂର୍ଣ୍ଣତା ଥାଉ ଜରୁରୀ ନୁହେଁ

ପାଣି ଟୋପେ ପାଇଁ କ'ଣ ଆକାଶଠୁ ମୁହଁ ଫେରାଇନିଏ ମାଟି

ଦୈହିକ ପରିଚର୍ଯ୍ୟା କ'ଣ ପ୍ରେମ ମାପକାଠି..!?


ହୁଏତ ଖସିପାରେ ଶକ୍ତ କୋହର ଅତଡ଼ା 

ଭାସିଯାଇପାରେ ମଧୁର ସମ୍ପର୍କଟେ ହାବୁକାଏ ଗରମ ନିଃଶ୍ୱାସରେ

ହୁଏତ ଗୋଟେ ଅନ୍ଧାର ରାତିର ଗପ କହୁ କହୁ 

ଜୀବନ ପାଲଟି ଯାଇପାରେ ଅମାବାସ୍ୟା ,ଦେହ କାରଣରେ..!!


ତଥାପି ତୁମେ କ'ଣ ବୁଝିବ ମହୁ ଅବା ଲହୁରେ ଭାସି ଯାଉ ଯାଉ ପ୍ରେମିକର ବ୍ୟଥା

ତୁମେ କହିବ ,ଯାଃ.. ଏସବୁ ମିଛ କଥା

ବାହାର ବର୍ଷାପେକ୍ଷା ଭିତର ବର୍ଷା ଖୁବ୍ ବେଶି ଗର୍ଜିପାରେ..!!


ମୁଁ କହିବି ହଁ..କିନ୍ତୁ ଫରକ୍ ଅନେକ 

କିନ୍ତୁ ମାନି ନିଆଯାଉ ଆଜି ଏସବୁ ମିଛ କଥା..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance