STORYMIRROR

Debabrata Barik Debunu

Tragedy

4  

Debabrata Barik Debunu

Tragedy

ମିଛ ଦୁନିଆର ମିଛ କାହାଣୀ

ମିଛ ଦୁନିଆର ମିଛ କାହାଣୀ

1 min
459


ମିଛ ଦୁନିଆରେ ମିଛର କାହାଣୀ

ସତ କହିଲେ ମଣିଷ ମରିବ

ଦୁଃଖୀ ଟିକେ ଦୁଃଖ ପ୍ରକାଶ କରେନା

ତାକୁ ଦେଖିଲେ ଏ ସମାଜ ହସିବ

ମିଛ ମାୟା ଏ ସଂସାର ଭିତରେ

ସତ୍ୟ ର ଯେ ନାହିଁ ଠିକଣା

କଳା କପଡାରେ ଆଇନୀକୁ ବାନ୍ଧି

ସୁନା ସଂସାର କରନ୍ତି ଚୁନା

କିଛି ସମ୍ପର୍କ ରେ ବିଶ୍ଵାସ କରନ୍ତି

ଦିଅନ୍ତି ବିଶ୍ବାସେ ବିଷ

ମନିଷ ତ ଏଠି ସାଜନ୍ତି ଇଶ୍ୱର

ଖାଇବାକୁ ଦେହ ର ହାଡ ମାଂସ

ଏତ୍ କଳି ଯୁଗ ମିଛର ଦୁନିଆ

କାହାକୁ କହିବା ଯାଇ

ସବୁ ଏଠି ପଶୁ ସାଜିତ ଗଲେଣି

ଭଲ ଖୋଜିଲେ ମିଳିବ ନାହିଁ

ଭାଇ ତ ହୁଏନି ଭାଇର ତ ଏଠି

ସମ୍ପତିର ଲୋଭ ମାରେ

ଭାଇ ନ ରହିଲେ ସମ୍ପତି ମୋର

କିଏ ମଲେ କି ଫରକ ପଡେ

ଦୁନିଆର ଖେଳ ଏମିତି କା ଏଠି

କାହା ପାଇଁ କେହି ନୁହଁ

ନିଜେ ଖୋଜି ଥାଏ ନିଜର ଠିକଣା

ଖାଲି ସତ କହିବାକୁ ମନା

ବାପା ମାଙ୍କର ଆମେ କେମିତି ସନ୍ତାନ

ବାପା ବୁଢ଼ା ହେଲା ପରେ ଜାଣେ

ଏମିତି ପୁଅକୁ ଜନମ ଦେଇଚି

ବୁଢ଼ା କାଳେ କରେ ହୀନିମାନ

=0=0=0=

ଏତିକି କହୁଚି କିଛି ଭୁଲ ଥିଲେ

କରିଦେବେ ମତେ କ୍ଷମା

ମିଛ ଦୁନିଆର ମିଛ କାହାଣୀକୁ

ଭାବିବେନି ସତ ଜମା..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy