STORYMIRROR

Ch Loknath Reddy

Action Inspirational Others

4  

Ch Loknath Reddy

Action Inspirational Others

ମିଛ ଭବିଷ୍ୟ

ମିଛ ଭବିଷ୍ୟ

1 min
177

ଭବିଷ୍ୟତ ଚିନ୍ତା ଅତୀବ ଚିନ୍ତିବା ,ଏ' କଥା ନୁହଁଇ ଭଲ,

ବର୍ତ୍ତମାନ ସ୍ଥିତି ନଜର ରଖିଣ,କର୍ମ କଲେ ମିଳେ ଫଳ।


ଦୀର୍ଘଜୀବୀ ହୋଇ ଜିଇଁଥିବ ବୋଲି, କିଏବା ପାରିବ କହି,

ଆଜି ଜିଇଁଅଛ କାଲି ଝଡିଯିବ,ଏହା ହିଁ ସତ୍ୟ ଅଟଇ।


ଅତ୍ୟଧିକ ମିଛ ଆଶାରେ ବଞ୍ଚିଲେ,ଭାବଦିଅ ମନୁ ମଲ,

ଭବିଷ୍ୟତ ଚିନ୍ତା ଅତୀବ ଚିନ୍ତିବା,ଏ' କଥା ନୁହଁଇ ଭଲ।


କିଏ କେତେ କଥା କହିବେ ସଂସାରେ, ଆଗେ ଗୋଟେ ପଛେ ଗୋଟେ,

ଏ'ସବୁ କଥାକୁ କାନେ ନ'ପୁରେଇ, ନିଜେ ଚାଲ ନିଜବାଟେ।


ସଂସାର ସାଗର ଅଢେଇ ଦିନିଆଁ,କିଏ ବା ଏଠି ରହିବେ,

ସଭିଏଁ ନିଜର ଅଭିନୟ ସାରି, କାଳବଳେ ବାହୁଡିବେ।


କେବେ କ'ଣ ହେବ କିଏ ବା ଜାଣିଛି,ଜିଇଁ ଥିଲେ ପୁଣି ମଲ,

ବର୍ତ୍ତମାନ ସ୍ଥିତି ନଜର ରଖିଣ,କର୍ମ କଲେ ମିଳେ ଫଳ।


ସନ୍ଦେହ ଆସକ୍ତି ସ୍ୱାର୍ଥପର ଭାବ, ଚିରନ୍ତନ ଭୁଲିଯିବ,

ଶାନ୍ତି କ୍ଷମା ଦୟା ସୁଚିନ୍ତା କରିଣ,ସରବଦା ଚାଲୁଥିବ।


Rate this content
Log in

Similar oriya poem from Action