STORYMIRROR

Goutam Mohanty

Romance Tragedy Fantasy

3  

Goutam Mohanty

Romance Tragedy Fantasy

ମିଛ ଅଭିନୟ

ମିଛ ଅଭିନୟ

1 min
265


ଆସିଥିଲ ତୁମେ  ଖେଳିବା ପାଇଁକି

   ପ୍ରେମିକା ମୋହର ସାଜି,

ଖେଳି ଦେଇଗଲ   ହୃଦୟ ସହିତ

   ସେକଥା ଗଲି ମୁଁ ବୁଝି।।

    

ଅନ୍ଧ ଭଳି ମୁଁ ଯେ  ଭଲ ପାଇଗଲି

    ହୃଦୟକୁ ଦେଲି ହାରି,

ଛଳନାରେ ତୁମେ ଉପହାର ଦେଇ

  ପ୍ରତାରଣା ଦେଲ ଭରି।।


ଅଭିନୟ କଲ    ସମୟ କାଟିଲ

   ଗଲି ମୁଁ କଣ୍ଢେଇ ସାଜି,

ମିଳିଗଲା ନୂଆ    ଠିକଣା ତୁମକୁ

    ହାତ ଛାଡିଦେଲ ଆଜି।।


ବୁଝିଲନି ପ୍ରିୟା   କେମିତି ବଞ୍ଚିବି

   ହୃଦୟ ଭାଙ୍ଗିଲା ପରେ,

କେମିତି ବଞ୍ଚିବି ତୁମ ବିନା ମୁଁ ଯେ

   ଥିଲ ତୁମେ ହୃଦୟରେ।।


ଆଉ ମୋ ଜୀବନେ ବସନ୍ତ ଆସୁନି

   ମଳୟ ବହୁନି କେବେ,

ଫଗୁଣ ବି ଆଉ ରଙ୍ଗ ଯେ ଦେଉନି

   ତୁମେ ନାହଁ ପାଖେ ଯେବେ।।


ପୁନେଇଁ ରାତିବି ଜୋଛନା ଦେଉନି

    ଶ୍ରାବଣ ଦେଉନି ମେଘ,

ପ୍ରତି ମୁହୂର୍ତ୍ତରେ  (ମୁଁ) ଛଟପଟ ହୁଏ

    ସତେକି ଧରିଛି ବାଘ।।


ମଥାରେ ନାଇଁଲ   ଆଉ କା ସିନ୍ଦୂର

   ଶଙ୍ଖା କୁ ପିନ୍ଧିଲ ନେଇ,

ବାଛିନେଲ ତୁମେ  ସୁନାର ସବାରୀ

  ସଜେଇ ମୋ ପାଇଁ ଜୁଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance