STORYMIRROR

Sadananda Pratihari

Inspirational Others

3  

Sadananda Pratihari

Inspirational Others

ମି-ଠୁ(ମୁଁ ବି)

ମି-ଠୁ(ମୁଁ ବି)

1 min
13.2K


ମି-ଠୁରେ ପୀଡିତା କହୁଛନ୍ତି ଏବେ

ଯୌନ ଶୋଷଣର କଥା

ବହୁତ ଦିନର ଲୁକାୟିତ ତଥ୍ୟ

ଅବ୍ୟକ୍ତ ଯଂତ୍ରଣା ବ୍ୟଥା ॥

ଟିଭି ଚଳଚିତ୍ର ଶିଳ୍ପ ଜଗତର

ଯୌନ କେଳଙ୍କାରୀ କଥା

ପ୍ରଘଟ କରନ୍ତି ବହୁଦିନ ପରେ

ନିଜ ଅଙ୍ଗନିଭା ବ୍ୟଥା ॥

ଲଜ୍ୟା ଅପବାଦ ପ୍ରତିଷ୍ଠା ଭୟରେ

ସହିଥିଲେ ଯୌନାଚାର

କହିଥିଲେ ଖୋଲି ଠିକଣା ବେଳରେ

ହୋଇଥାନ୍ତା ସୁବିଚାର ॥

ନେବାପାଇଁ ହେଲେ ଦେବାକୁ ବି ହୁଏ

ଶୋଷକ ରଖନ୍ତି ସର୍ତ୍ତ

ଭାରି ସାଙ୍ଘାତିକ ଲଜ୍ୟାକର କଥା

ଯଦି ହୋଇଥାଏ ସତ ॥

ଭ୍ରଷ୍ଟ ପ୍ରବଂଚକ ଯୌନ ପିପାସୁଙ୍କ

କାମନାର ଚରିତାର୍ଥେ

କରନାହିଁ ଦାନ ରୂପ ଯୌବନକୁ

ଆସୁ ବାଧାବିଘ୍ନ ଯେତେ ॥

ନମିଳୁ ପଛକେ ସୁବିଧା ସୁଯୋଗ

କର୍ମକ୍ଷେତ୍ରେ ସଫଳତା

ହରାଇ ସତୀତ୍ୱ ହୁଅ ନାହିଁ ବଶ୍ୟ

ହେବା ପାଇଁ ପ୍ରତିଷ୍ଠିତା ॥

କରି ପ୍ରତ୍ୟାଖ୍ୟାନ ନିଜେ ସୀତାମାତା

ରାବଣର ପ୍ରଲୋଭନ

ରଖିଲେ ବଜାୟ ତାଙ୍କର ସତୀତ୍ୱ

ନାରୀ ମହନୀୟ ଗୁଣ ॥

ସମର୍ପି ଶରୀର ଇଂଦ୍ରଙ୍କୁ ଅହଲ୍ୟା

ପଥର ପାଲଟି ଗଲେ

ପ୍ରଭୁ ରାମଙ୍କର ପଦସ୍ପର୍ଶ ପାଇ

ନବ ଜନ୍ମ ଲାଭ କଲେ ॥

ଉଚ୍ଚ ପଦବୀରେ ବିଭିନ୍ନ କ୍ଷେତ୍ରରେ

କିଛି ପ୍ରତିଷ୍ଠିତ ଲୋକ

କରନ୍ତି ଶୋଷଣ ନାରୀଙ୍କ ଇଜ୍ଜତ

ମେଣ୍ଟାଇ ତାଙ୍କର ଭୋକ ॥

ନାରୀ ନାହିଁ ଆଉ ଅବଗୁଣ୍ଠନରେ

ବସିରହି ଘର କୋଣେ

ସକଳ କ୍ଷେତ୍ରରେ ଲଭିଣ ଉତ୍କର୍ଷ

ଉଡଇ ଆକାଶେ ଯାନେ ॥

ନାରୀ ସର୍ବଂସହା କରୁଣାର ଉତ୍ସ୍

ପ୍ରେମର ସେ ମନ୍ଦାକିନୀ

ସଶକ୍ତି କରଣ ଆଳରେ ତାଙ୍କର

ନହେଉ ମର୍ଜ୍ୟାଦା ହାନୀ ॥

(ସଦାନନ୍ଦ ପ୍ରତହାରୀ)

ତା୨୨-୧୦-୨୦୧୮


Rate this content
Log in

Similar oriya poem from Inspirational